fbpx

TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ଼ଙ୍କ ଉପରେ ଆକ୍ରମଣ, ମୁଖ୍ୟ ସୁରକ୍ଷା ଅଧିକାରୀ ଆହତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଉପରେ ଆକ୍ରମଣ ହୋଇଛି । ରାଜ୍ୟର ଏନଟିଆର ଜିଲ୍ଲାର ନନ୍ଦୀଗାମାରେ ଏକ ରୋଡ଼ ଶୋ’ରେ ଯାଉଥିବା ସମୟରେ ତାଙ୍କର ଦଳ ଉପରେ ପଥରମାଡ଼ ହୋଇଥିଲା । ଏହି ହମଲାରେ ଚନ୍ଦ୍ରବାବୁଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସଓ) ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରାଲିରେ ଯାଉଥିବା ସମୟରେ ଅଚାନକ କିଛି ଅସାମାଜିକ ବ୍ୟକ୍ତି ନାଇଡ଼ୁଙ୍କ ଦଳ ଉପରେ ଆକ୍ରମଣ କରିଦେଇଥିଲେ । ଫଳରେ ଏହି ଆକ୍ରମଣରେ ନାଇଡ଼ୁଙ୍କ ସିଏସଓ ଆହତ ହୋଇଥିଲେ । ଆକ୍ରମଣ ସମୟରେ ଷ୍ଟ୍ରିଟ ଲାଇଟକୁ ବନ୍ଦ କରି ଦିଆଯାଇଥିଲା । ଏହି ଅକ୍ରମଣ ପରେ ଶାସକ ୱାଇଏସଆରସିପି ଉପରେ ଅଭିଯୋଗ କରିଛନ୍ତି ଟିଡିପି ମୁଖ୍ୟ । ଜାଣିଶୁଣି ସୁରକ୍ଷାରେ କମ୍ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ବୋଲି କହିଛନ୍ତି ନାଇଡ଼ୁ ।

ନାଇଡ଼ୁଙ୍କ ରୋଡ଼ ଶୋ’ରେ ଭିଡ଼କୁ ଦେଖି ଅଧିକ ପୋଲିସ କର୍ମୀଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏନେଇ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହୋଇଥିଲା । ନାଇଡ଼ୁଙ୍କ ସିଏସଓଙ୍କ ମୁହଁରୁ ରକ୍ତ ବାହାରୁଥିବା ଭିଡିଓରେ ଦେଖାଯାଉଥିଲା । ସିଏସଓ ନିଜେ ତାଙ୍କର ରକ୍ତ ପ୍ରବାହକୁ ରୋକିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା । ନାଇଡ଼ୁଙ୍କ ଶୋ’ରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ପଥରମାଡ଼ କରିଥିବା ଲୋକମାନେ ଗମ୍ଭୀର ପରିଣାମ ଭୋଗିବେ ବୋଲି ନାଇଡ଼ୁ ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.