fbpx

ଖୁବଶୀଘ୍ର ମହଙ୍ଗା ହେବ ଚା, ଦହି, ଛେନା, ପନିର! ଓମଫେଡ୍ କ୍ଷୀର ୪ ଟଙ୍କା ବଢ଼ିଲା, ଆଜିଠାରୁ ନୂଆ ଦର ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଓମଫେଡ କ୍ଷୀରର ବର୍ଦ୍ଧିତ ଦର ଲାଗୁ ହୋଇଛି । ଗତ ୩୦ ତାରିଖରେ ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ଅର୍ଥାତ ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି ହୋଇଥିଲା । କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋନଡ କ୍ଷୀର ଦାମ୍ ବୃଦ୍ଧି କରାଯାଇଥିଲା । ଆଜି ଅଧା ଲିଟର ଟୋନଡ କ୍ଷୀର ୨୧ରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସାରା ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ଆଜିଠାରୁ ଗ୍ରାହକଙ୍କୁ ଲାଗିଛି ଏକ ବଡ଼ ଝଟକା ।

ସେହିପରି କମ୍ପାନୀ ପକ୍ଷରୁ ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୨୪ରୁ ୨୬ ଟଙ୍କାକୁ ବୃଦ୍ଧି ପାଇଛି । ସ୍ପେଶାଲ ଚା’ ୨୩ରୁ ୨୫ ଟଙ୍କାକୁ ବଢ଼ିଛି । ସେହିପରି ଓମଫେଡ ଗୋଲ୍ଡର ମୂଲ୍ୟ ୨୬ ଟଙ୍କା ହୋଇଥିବା ବେଳେ ସ୍ପେଶାଲ ଚା’ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ତେବେ ଔଷଧ, ଇନ୍ଧନ ମୂଲ୍ୟ, ପ୍ୟାକେଜିଂ ଓ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ କମ୍ପାନୀ କ୍ଷୀର ଦାମରେ ବୃଦ୍ଧି ଘୋଷଣା କରିଥିଲା । ଗତବର୍ଷ ମଧ୍ୟ ଓମଫେଡ କ୍ଷୀର ଦରରେ ବୃଦ୍ଧି ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଆଜି ଆର୍ଥିକ ବର୍ଷ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଅନେକ ନିୟମ ଲାଗୁ ହୋଇଛି । ଏଭଳି ସ୍ଥିତିରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ । ଟ୍ୟାକ୍ସ, ସୁନା, ଇପିଏଫଓ, ଏଲପିଜି ସିଲିଣ୍ଡର, ଅନଲାଇନ ଗେମିଂ, ଇନ୍ସ୍ୟୁରାନ୍ସ, ତମାଖୁ ସାମଗ୍ରୀ, ୟୁପିଆଇ, ସଞ୍ଜୟ ଯୋଜନା ଆଦି କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇଛି ।

Get real time updates directly on you device, subscribe now.