fbpx

ତିଲକ ଲଗାଇ ସ୍କୁଲ ଯିବାରୁ ପିଟିଲେ ଶିକ୍ଷକ: ଘଟଣା ଜଣାପଡ଼ିବା ପରେ ହେଲା ଏମିତି…

AAKASH

ମଥାରେ ତିଲକ ଲଗାଇବା ହେଉଛି ହିନ୍ଦ୍ୁ ଧର୍ମର ଏକ ପରମ୍ପରା । ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ ସବୁଥିରେ ଖୋଜା ପଡ଼େ ଏହି ତିଲକ । ତିଲକ ହିନ୍ଦୁଙ୍କୁ ଦିଏ ଏକ ସ୍ୱତନ୍ତ୍ର ପରିଚୟ । କିନ୍ତୁ ଏହି ତିଲକୁ ନେଇ ଏବେ ଘଟଣା ଚର୍ଚ୍ଚାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମଥାରେ ତିଲକ ବା ଚନ୍ଦନ ଲଗାଇ ସ୍କୁଲ ଯାଇ ଥିବାରୁ ଛାତ୍ରୀଙ୍କୁ ମାଡ ମାରିଛନ୍ତି ଶିକ୍ଷକ । ଏଭଳି ଚକିତ କଲାଭଳି ଅଭିଯୋଗ ଆସିଛି ଜମ୍ମୁ କାଶ୍ମୀରର ରାଜଓରୀ ଜିଲ୍ଲାରୁ ।

ଛାତ୍ରୀ ଜଣକ ନବରାତ୍ର ଅବସରରେ ବିଦ୍ୟାଳୟକୁ ତିଲକ ଲଗାଇ ଆସିଥିବାରୁ ଶିକ୍ଷକ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଯୋଗୁଁ ଛାତ୍ରୀଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ଏହି ଘଟଣାରେ ଛାତ୍ରୀଙ୍କ ଅଭିଭାବକ ମାମଲା ଦାୟର କରିଥିବା ବେଳେ ଧର୍ମୀୟ ଭାବନାକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ସୂଚନା ଅନୁସାରେ ମାଡ ମାରିଥିବା ଶିକ୍ଷକ ଜଣକ ହେଉଛନ୍ତି ନିସାର ଅହମ୍ମଦ ଅଲ୍ଲୀ । ଏହି ଘଟଣା ପରେ ରାଜଓରି ଡେପୁଟି କମିଶନର ସେହି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ଶିଶୁଙ୍କୁ ଆଘତ ବା ମାଡ଼ ଦେବା ଅପରାଧରେ ଶିକ୍ଷକଙ୍କ ବିରୁଦ୍ଧରେ ଆଇପିସର ଧାରା ଲାଗୁ ହୋଇଛି । ଘଟଣାଟି ପ୍ରଚାର ହେବା ପରଠାରୁ ଧର୍ମୀୟ ଭାବନାକୁ ନେଇ ଦେଶ ସାରା ଏକ ମୁଦ୍ଦା ଉଠିଛି ଯାହାକୁ ନେଇ ସୋସିଆଲ ମିଡିଆରେ ୟୁଜର ବିଭିନ୍ନ ମତ ଦେଉଥିବା ବେଳେ ଏହି ଘଟଣା ସମାଜ ପାଇଁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ।

Get real time updates directly on you device, subscribe now.