fbpx
BSKY
BJD MC SKY
BJD YOUTH SKY

କାଳ ବୈଶାଖୀ ତାଣ୍ଡବ, ଭାଙ୍ଗିଲା ଗଛ: ବ୍ୟାପକ କ୍ଷୟକ୍ଷତି

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ସନ୍ଧ୍ୟା ସମୟରେ ଜୋରଦାର ଝଡ ତୋଫାନ ହୋଇଥିବା ଜଣା ଯାଇଛି। ସମୟ ଯୋଗୁଁ କୌଣସି ତଥ୍ୟ ସଂଗ୍ରହ ହୋଇ ପାରିନଥିବା ବେଳେ ସକାଳେ ଦେଖିବା ବେଳକୁ ଝଡ ତୋଫାନରେ ଛାନଭିନ ହୋଇ ଯାଇଛି ପରିବେଶ ।

ସବିଶେଷ ଖବରରୁ ପ୍ରକାଶ ଯେ -ରାଇଘର ବ୍ଲକ ଗଞ୍ଜାପାରା ପଂଚାୟତ କୁସୁମପୁର୍ ଡିଏନକେ , ମହଣ୍ଡ, ଗଜ୍ଞା ପାରା ପଂଚାୟତ , ଜୋଡିଙ୍ଗା, ନାକଟିସୀମଡ଼ା ଆଦି ଅଂଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ପବନ ବହିବା ଜଣାଯାଇଛି। । ଅତ୍ୟଧିକ ମାତ୍ରାରେ ପବନ ବୋହିବା ଯୋଗୁଁ କୁସୁମପୁର୍ ଡିଏନକେ ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଟିଣ ସଂପୂର୍ଣ୍ଣ ଉଡାଇ ଦେଇଥିବା ବେଳେ ଗ୍ରାମର ଅନେକ ଘରର କ୍ଷୟକ୍ଷତି ଘଟିଥିବା ଜଣାପଡିଛି ।

ଏତଦ୍ ବ୍ୟତୀତ ରାସ୍ତା ଉପରେ ବିରାଟ ବିରାଟ ଗଛ ପଡ଼ିବା ସହ ଅନେକ ଫସଲ ଯଥା ମକା ଗଛ ଭାଙ୍ଗିଥିବା ଜଣାପଡିଛି । କୁସୁମପୁର୍ ବ୍ୟତୀତ ନାକଟିସିମୋଡା ପଂଚାୟତର କବକାମାଟା ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଶୌଚାଳୟ ଉପରେ ଗଛ ପଡିବା ଯୋଗୁଁ ଅନେକ କିଛି ଭାଙ୍ଗି ଯାଇଥିବା ଜଣାପଡିଛି । ଏହି କାଳ ବୈଶାଖୀ ତାଣ୍ଡବ ରେ ଅଞ୍ଚଳ ବାସି ପ୍ରଭାବିତ ହେବା ସହ ବହୁ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.