fbpx

ରୁଷ ଉପରେ ନୂତନ କଟକଣା ଲଗାଇଲା ଆମେରିକା, ରୁଷ ବ୍ୟାଙ୍କ ସହିତ ପୁଟିନଙ୍କ ଝିଅକୁ କଲା ଟାର୍ଗେଟ୍

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରି ଏକ ଘରିଆ ହେବାରେ ଲାଗିଛି ରୁଷ। ହମଲା ପରେ ରୁଷ ବିରୋଧରେ ଅନେକ ପ୍ରକାରର କଟକଣା ଲଗାଯାଇଛି। ଏହା ସତ୍ତ୍ଵେ ବି ରୁଷର ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ଆଜି ହେଉଛି ୪୨ ଦିନ। ନା ରୁଷ ପଛକୁ ହଟିବାକୁ ପ୍ରସ୍ତୁତ ନା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ହାର ମାନିବାକୁ ପ୍ରସ୍ତୁତ। ତେଣୁ ଦୁଇ ଦେଶ ମଧ୍ୟରେ ଲଢେଇ କେତେ ଦିନ ପର୍ଯ୍ୟନ୍ତ ଚାଲିବ ଏହା କହିବା ବହୁତ ମୁସ୍କିଲ।

ଏହା ମଧ୍ୟରେ ଆମେରିକା ବୁଧବାର ରୁଷ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି। ରୁଷ ବ୍ୟାଙ୍କ ଉପରେ ଜରିମାନା ରାଶି ବଢାଇବା ସହିତ ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅକୁ ନିଶାଣ କରି କଟକଣା ଲଗାଇବାକୁ ଘୋଷଣା କରିଛି। ଆମେରିକାର ଏହି ପଦକ୍ଷେପ ଆଧାରରେ ସ୍ଵବର ବ୍ୟାଙ୍କ ଏବଂ ଆଲଫା ବ୍ୟାଙ୍କ ଉପରେ କଟକଣା ଲଗାଇଛି। ଆମେରିକା, ଜି୭ ଏବଂ ୟୁରୋପୀୟ ସଙ୍ଘ ବୁଚା ନରସଂହାର ପ୍ରତିବାଦରେ ନୂତନ କଟକଣା ଲଗାଇଛି। ଏହି ଦୁଇଟି ବ୍ୟାଙ୍କ ରୁଷର ସବୁଠୁ ବଡ ଘରୋଇ ବ୍ୟାଙ୍କ ମଧ୍ୟରେ ସାମିଲ୍। କେବଳ ଏତିକି ନୁହେଁ ରୁଷରେ ନୂତନ ନିବେଶ ଉପରେ ମଧ୍ୟ ରୋକ୍ ଲଗାଇଛି।

ଆମେରିକାର ଏହି କଟକଣା ପରିଧିରେ ପୁଟିନଙ୍କ ଝିଅ ମାରିଆ ପୁଟିନ ଏବଂ କ୍ୟାଟରିନା ତିଖୋନୋଭା, ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ପତ୍ନୀ ଏବଂ ପିଲାଙ୍କ ବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେଭଙ୍କୁ ମଧ୍ୟ ରଖାଯାଇଛି।

Get real time updates directly on you device, subscribe now.