fbpx
BSKY SKY
BSKY SKY

ବିବାଦରେ IOA ସଭାପତି ନରିନ୍ଦର ବତ୍ରା: ସିବିଆଇ ଆରମ୍ଭ କଲା ପ୍ରାଥମିକ ତଦନ୍ତ

BSKY

ନୂଆଦିଲ୍ଲୀ: ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ(IOA)ର ସଭାପତି ନରିନ୍ଦର ବତ୍ରା ଏବଂ ହକି ଇଣ୍ଡିଆର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦେଇଛି । ପୂର୍ବତନ ହକି ଇଣ୍ଡିଆ ସଭାପତି ତଥା ବର୍ତ୍ତମାନର ଅନ୍ତର୍ଜାତୀୟ ହକି ଫେଡେରେସନର ମୁଖ୍ୟ ନରିନ୍ଦର ବତ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ହକି ଇଣ୍ଡିଆ ଫଣ୍ଡରୁ ପ୍ରାୟ ୩୫ ଲକ୍ଷ ଟଙ୍କା ନିଜ ବ୍ୟକ୍ତିଗତ କାମ ପାଇଁ ବ୍ୟବହାର କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର ସିବିଆଇ ତାଙ୍କୁ ଏନେଇ ସମନ କରିବ । ଅଭିଯୋଗ ପାଇବା ପରେ ସିବିଆଇ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ନିକଟରେ କିଛି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ବତ୍ରା ପଶ୍ନ ଉଠାଇଥିଲେ । ଯାହାପରେ ବତ୍ରା ଏବଂ ହକି ଇଣ୍ଡିଆ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଅଲିମ୍ପିଆନ ଏବଂ ୧୯୭୫ ବିଶ୍ୱକପ୍ ବିଜେତା ତଥା ଟିମ୍ ମେମ୍ବର ଅସଲମ ଶେର ଖାନ୍ ମଧ୍ୟ ହକି ଇଣ୍ଡିଆ ମାମଲାରେ ବତ୍ରାଙ୍କ ହସ୍ତକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ ।

ଅସଲମ ଶେର ଖାନ କହିଥିଲେ ଯେ ଅନ୍ତରାଷ୍ଟ୍ରୀୟ ହକି ମହାସଂଘର ମୁଖ୍ୟ ହୋଇଥିବା କାରଣରୁ ହକି ଇଣ୍ଡିଆର ସଞ୍ଚାଳନରେ ବତ୍ରାଙ୍କ ହସ୍ତକ୍ଷେପ ଠିକ୍ ନୁହେଁ । ଏହା ସହ ଅସଲମ ଦିଲ୍ଲୀ ହାଇକୋର୍ଟରେ ହକି ଇଣ୍ଡିଆରେ ହୋଇଥିବା କିଛି ନିଯୁକ୍ତିକୁ ନେଇ ଚାଲେଞ୍ଜ କରିଛନ୍ତି । ଯେଉଁଥିରେ ବତ୍ରାଙ୍କୁ ଆଜୀବନ ସଦସ୍ୟ ଭାବରେ ବାଛିବା ନେଇ ମଧ୍ୟ ଉଲ୍ଲେଖ ରହିଛି । ସେ ଆଇଏଚଏଫର ଅଧ୍ୟକ୍ଷ ଅଛନ୍ତି ଏବଂ ସେହି ପଦରେ ଥିବା କାରଣୁ ସେ କୌଣସି ରାଷ୍ଟ୍ରୀୟ ମହାସଂଘ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ ।

Get real time updates directly on you device, subscribe now.