fbpx

ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି, ୧୮ା୧୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର କୋଠାର ଶିଳାନ୍ୟାସ ହୋଇଛି । ଏହାକୁ ଶିଳାନ୍ୟାସ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ସାଂସଦ ରମେଶ ମାଝୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ଶିକ୍ଷକ କ୍ଲଷ୍ଟର ଯୋଗୁଁ ୭ଟି ପଞ୍ଚାୟତର ସ୍କୁଲ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ୧୫ଜଣ ଶିକ୍ଷକ ରହିବାର ସୁବିଧା ହେବ । ଯାତାୟତରେ ଦୂର ହେବ ବୋଲି କ୍ଲଷ୍ଟରରେ ରହି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ । ଏଥି ପାଇଁ ୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

Get real time updates directly on you device, subscribe now.