fbpx

ଏଫସିଆଇର ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗୁଡ଼ିପଦାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଫସିଆଇର ଜଗୁଆଳି ବଢ଼ା ମାରଣ୍ଡିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଜଗୁଆଳି ଜଣକ ଏକ ଭଡ଼ା ଘରେ ରୁହନ୍ତି । ସେଠାରେ ତାଙ୍କ ହତ୍ୟା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତକଙ୍କ ସହ ରହୁଥିବା ମହିଳା ଜଣକ ଫେରାର ଅଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.