fbpx

ଏବେ ତତେ କିଏ ବଞ୍ଚେଇବ? ଛାତ୍ରୀ ମୁହଁରେ ଜବରଦସ୍ତି କେକ୍ ବୋଳିଲେ ଶିକ୍ଷକ

ବରେଲୀ: ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ ବଣା ହେଉଛନ୍ତି । ଏହିଭଳି ଏକ ମାମଲା ସାମନାକୁ ଆସିଛି । ଜରେ ଶିକ୍ଷକ ନିଜର ଛାତ୍ରୀଙ୍କ ମୁହଁରେ ଜୋରଦବରଦସ୍ତି କେକ୍ ଲଗାଇଛନ୍ତି । ଯେଉଁଥିପାଇଁ ଉକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା । ଏହାର ଏକ ଭିଡିଓ ଭାଇରାଲ୍ ହେବାପରେ ଏପରି ପଦକ୍ଷେପ ନିଆଯାଇଛି । ଏହିଭଳି ଏକ ଖବର ଶୁଣିବାକୁ ମିଳିଛି ଉତ୍ତରପ୍ରଦେଶରର ରାମପୁର ଠାରେ ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ୫୬ ବର୍ଷିୟ ଶିକ୍ଷକ ଜୋରଜବଦଦସ୍ତି ଛାତ୍ରୀଙ୍କୁ ଭିଡୁଛନ୍ତି ଓ ତାଙ୍କ ମୁହଁରେ କେକ୍ ଲଗାଉଛନ୍ତି । ଏଥିରେ ଛାତ୍ରୀ ନିଜକୁ ସେଥିରୁ ବାହାରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଶିକ୍ଷକ କହୁଚନ୍ତି; ଏବେ କିଏ ବଞ୍ଚେଇବ ତତେ । ଏନେଇ ଛାତ୍ରୀଙ୍କ ବାପା ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ୍ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଗିରଫ କରିଛି । ତେବେ ଏଭଳି ଏକ ଘଟଣା ଗୁରୁଦିବସ ଦିନ ହିଁ ହୋଇଛି । ଏହି ମାମଲା ସାମନାକୁ ଆସିବାପରେ ସ୍କୁଲ ପକ୍ଷରୁ ତାଙ୍କୁ ସସପେଣ୍ଡ କରିଦିଆଯାଇଛି ।

Get real time updates directly on you device, subscribe now.