fbpx

କି ଯୁଗ ହେଲା ? ମଦ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ କରିବେ ସରକାରୀ ସ୍କୁଲ ଶିକ୍ଷକ

ଭୁବନେଶ୍ୱର:୭ ।୫(ଓଡିଶା ଭାସ୍କର): ଲକଡାଉନ ୩.୦ରେ ମଦ ଦୋକାନ ଖୋଳିବାକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ୪୦ଦିନ ଧରି ମଦ ବିନା ରହିଥିବା ଲୋକଙ୍କ ଭିଡ ସମ୍ଭାଳିବା କାଠିକର ପାଠ ହେଉଛି । ଲୋକେ ଦିନ ତମାମ ଧାଡି ବାନ୍ଧି ରହିଲେ ବି ମଦ ଦୋକାନ ସମ୍ମୁଖରୁ ଭିଡ କମୁନି । ଯାହା ନିୟନ୍ତ୍ରଣ କରିବାକୁ ପୋଲିସ କର୍ମୀଙ୍କ ଅଭାବ ପଡୁଛି । ତାଛଡା ଲକ ଡାଉନ ଡ୍ୟୁଟି ଓ ଅନ୍ୟ ଅପରାଧ ମାମଲା ବୁଝିବା ବେଳକୁ ମଦ ଦୋକନ ପାଇଁ ଅଭାବ ହେଉଛନ୍ତି କର୍ମଚାରୀ । ଏଭଳି ଅବସ୍ଥାରେ ସରକାର ତାଙ୍କ ଅଲରାଉଣ୍ଡର ମାନେ ସରକାରୀ ଶିକ୍ଷକଙ୍କୁ ଦେଇଛନ୍ତି ଦାୟିତ୍ୱ । ନିର୍ବାଚନୀ ଡ୍ୟୁଟି,ଜନଗଣନା ଡ୍ୟୁଟି ପରି ଏଥି ପାଇଁ ସରକାରୀ ଶିକ୍ଷକଙ୍କ ଡ୍ୟୁଟି ଲାଗିଛି । ଲକଡାଉନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ସରକାର ଶିକ୍ଷକଙ୍କ ଉପଯୋଗ ଏହି ବାଟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ଏହା ଆମରାଜ୍ୟରେ ନୁହେଁ ବିଶାଖାପାଟନାରେ ସ୍ଥାନୀୟ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଶିକ୍ଷକମାନେ ମଦ ଦୋକାନ ଆଗରେ ଧାଡି ବାନ୍ଧିଥିବା ଲୋକଙ୍କୁ ଟୋକନ ଦେଉଛନ୍ତି । ସେହି ଟୋକନ ଦେଖାଇ ଲୋକେ କ୍ରମଅନୁସାରେ ମଦ ନେଉଛନ୍ତି ।ଅବଶ୍ୟ ଶିକ୍ଷକଙ୍କୁ ସାହାଯ୍ୟ କରିବାକୁ ପୋଲିସ ବି ନିୟୋଜିତ ହୋଇଛନ୍ତି ।କିନ୍ତୁ ଶିକ୍ଷକମାନେ ଏହାର ବିରୋଧ କରିବା ବି ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.