fbpx

‘ପୋଡ଼ିବା ସହଜ କରିବାକୁ ମମିତାଙ୍କୁ ଖଣ୍ଡଖଣ୍ଡ କରି କଟାଯାଇଥିଲା’- ତଦନ୍ତକାରୀ ଅଧିକାରୀ

Advertisement

ବଲାଙ୍ଗିର(ଓଡ଼ିଶା ଭାସ୍କର): ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂତନ ତଥ୍ୟ ସାମନାକୁ ଆସୁଛି । ବର୍ତ୍ତମାନ ଏହି ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ପୋଡ଼ିବା ପୂର୍ବରୁ ଖଣ୍ଡଖଣ୍ଡ କରି କାଟିଦିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସାଇଣ୍ଟିଫିକ୍ ଟିମର ଜଣେ ଅଧିକାରୀ । ସେ କହିଛନ୍ତି ଯେ, ପୋଡ଼ିବା ସହଜ କରିବାକୁ ଏଭଳି କଟାଯାଇଥିଲା । ଗୋବିନ୍ଦ ଓ ତାଙ୍କ ସହଯୋଗୀ ମାନେ ଏଭଳି କରିଥିବା ପୋଲିସ୍ ସନ୍ଦେହ କରୁଛି । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର୍ ରଖି ପୋଡ଼ାଯାଇଥିଲା ।

ଅନ୍ୟପଟେ ଆହୁରି ବି ସୂଚନା ମିଳିଛି ଯେ, ମମିତାଙ୍କ ତଣ୍ଟି ଚିପି କୁରସୁର ନିକଟରେ ହତ୍ୟା କରିଥିଲା ଗୋବିନ୍ଦ । ଦିନ ୧୧ଟା ବେଳେ ହତ୍ୟା କରାଯାଇଥିଲା । ଗତକାଲି ଜେରା ସମୟରେ ପୋଲିସ୍ ସାମନାରେ ଏନେଇ ମାନିଛି ଗୋବିନ୍ଦ । ତେବେ ରିମାଣ୍ଡରେ ଆହୁରି ତଥ୍ୟ ସାମନାକୁ ଆସିବ ବୋଲି କହିଛି ପୋଲିସ୍ । ଏହି ପରିପ୍ରେକ୍ଷୀରେ ଗୋବିନ୍ଦକୁ ରିମାଣ୍ଡରେ ନେଇଚି ବଲାଙ୍ଗିର ପୋଲିସ୍ । ୫ ଦିନିଆ ରିମାଣ୍ଡରେ ସତ ଓଗାଳିବ । ଗୋବିନ୍ଦଙ୍କ ବ୍ୟତୀତ ଅନ୍ୟ କିଏ କିଏ ଏଥିରେ ସଂପୃକ୍ତ ରହିଛନ୍ତି ସେନେଇ ତଦନ୍ତ କରାଯିବ ।

Get real time updates directly on you device, subscribe now.