fbpx

ଲଜ୍ଜା: ବାପଘରକୁ ଯାଇଥିଲେ ପତ୍ନୀ, ୮ ବର୍ଷର ନାବାଳିକାକୁ ଦେଢ଼ମାସ ପଯ୍ୟନ୍ତ ରେପ୍ କଲା ଶିକ୍ଷକ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ମାନବିକତାକୁ ଧୂଳିସାତ୍ କରିଥିବା ଜଣେ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ୮ ବର୍ଷର ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ପୋଲିସର କହିବା ମୁତାବକ, ଅଭିଯୁକ୍ତ ଶିକ୍ଷକ ଗତ ଦେଢ଼ ମାସ ହେବ ଶିଶୁ ସହିତ ରେପ୍ କରି ଆସୁଥିଲା ।

ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲରେ ଭର୍ତ୍ତି କରିଛି । ପୋଲିସର କହିବା ମୁତାବକ, ଅଭିଯୁକ୍ତ ଶିକ୍ଷକର ନାଁ ମୁଦର ତାଲବାଲା । ସେ ଘରେ ପିଲାମାନଙ୍କୁ ଟ୍ୟୁସନ୍ ଦିଅନ୍ତି । ମୁଦରଙ୍କ ପତ୍ନୀ ବାପଘରକୁ ଯିବା ପରେ ସେ ନାବାଳିକାର ଯୌନ ଶୋଷଣ କରିଥିଲେ । ଘଟଣାକୁ ନେଇ ପୋଲିସର ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.