fbpx

ପିଲାଙ୍କୁ ବାଡ଼େଇ ନିଲମ୍ବନ ହେଲେ ଶିକ୍ଷକ

ହରିଚନ୍ଦନପୁର, ୨୦ା୧(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିଲେ । ସେହି ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହେବା ପରେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ସେହି ବାଡ଼େଇବା ଘଟଣାରେ ସମ୍ପୃକ୍ତ ଶିକ୍ଷକ ନାରାୟଣ ରାଉତଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସେ ବ୍ଲକ ପିଟାତାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ।

Get real time updates directly on you device, subscribe now.