fbpx

ଆଜି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ: ‘ଗୁରୁ ଦିବସ’ରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ‘ଗୁରୁ ଦିବସ’ ରୂପେ ପାଳନ କରାଯାଇଥାଏ। ଆମ ଜୀବନରେ ଗୁରୁଙ୍କର ଭୂମିକା ସର୍ବାଗ୍ରେ ରହିଥାଏ। ସେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି। ତେବେ ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହା ପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ, ପରେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଂଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ନିୟୋଜିତ ହୋଇଥିଲେ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା ।

ରାଧାକ୍ରିଷ୍ଣନ୍ ଏକାଧାରରେ ଜଣେ ଦାର୍ଶନିକ, ରାଜନୀତିଜ୍ଞ, ଗୁର, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଭାବରେ ବିଶ୍ୱରେ ପୂଜା ପାଉଥିବା କାରଣରୁ, ଭାରତ ତାଙ୍କର ସ୍ମୃତିରକ୍ଷା ନିମନ୍ତେ ରାଧାକ୍ରିଷ୍ଣନଙ୍କର ଜନ୍ମ ଦିବସକୁ “ଗୁରୁ ଦିବସ’ ଭାବରେ ପାଳନ କରାଯାଏ । ରାଷ୍ଟ୍ରପତି ପଦବୀରୁ ଅବସରନେବା ପରେ ଅବଶିଷ୍ଟ ଜୀବନକୁ ସେ ଲେଖିବା, ପଢିବା ଓ ଦେଶସେବାରେ ବିତାଇଥିଲେ । ୧୯୭୫ ମସିହା ଏପ୍ରିଲ ୧୭ ତାରିଖରେ ଦୀର୍ଘ ୮୬ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରସେବା କରି ଚିରଦିନ ପାଇଁ ଆଖିବୁଜି ଦେଇଥିଲେ ।

Get real time updates directly on you device, subscribe now.