fbpx

କଟକ MS ଆଇନ ବିଶ୍ୱବିଦ୍ୟାଳୟରେ ପଶିଲା କରୋନା: ଏକାଧିକ ଶିକ୍ଷକ କରୋନା ପଜିଟିଭ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ନେଉଛି । ଏବେ ରାଜ୍ୟର ଦୈନିକ ସଂକ୍ରମଣ ୪୦୦ ଟ୍ରେଣ୍ଡିଙ୍ଗରେ ରହିଥିବା ଦେଖାଯାଉଛି । ଲଗାତାର ଦୁଇ ଦିନ ହେଲା କରୋନା ସଂକ୍ରମଣ ୪୦୦ ଉପରେ ରହିଛି । ଆଜି ରାଜ୍ୟରେ ମୋଟ ୪୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ମଧ୍ୟରେ କଟକର ଏମଏସ ଆଇ ବିଶ୍ୱବିଦ୍ୟାଳୟରେ ଏକାଧିକ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ପରେ ଏଠାରେ ଅନଲାଇନ ପରୀକ୍ଷା ପାଇଁ ଦାବି ହୋଇଛି ।

ସୂଚନା ଅନୁସାରେ କଟକର ଏମଏସ ଆଇନ ବିଶ୍ୱବିଦ୍ୟାଳୟରେ କରୋନା ବିସ୍ପୋରଣ ହୋଇଛି । ଗୋଟିଏ ଦିନରେ ଏକାଧିକ ଶିକ୍ଷକ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ବ୍ୟାପିବା ଭୟରେ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ପାଇଁ ଦାବି କରିଛନ୍ତି । ଆଜି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସୂଚୀ ରହିଥିବା ବେଳେ ଏହାକୁ ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଏବଂ ସମସ୍ତ ପରୀ୪ା ଅନଲାଇନରେ କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୪୨୮ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଦିକ ୧୮୩ ସଂକ୍ରମିତ ଚିହ୍ନଟ ହୋଇତିବା ବେଳେ କଟକରୁ ୮୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ୧୫୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ଏବେ ବି ୨୨୫୩ ଟି ଆକ୍ଟିଭ କେସ ରହିଛି ।

Get real time updates directly on you device, subscribe now.