fbpx

ଟିମ୍ ଇଣ୍ଡିଆ ୩୦୭ରେ ଅଲଆଉଟ୍: ରୋହିତ ବାହିନୀ ଏବେ ବି ପଛରେ, ଏକା ଲଢ଼ିଲେ ଧ୍ରୁବ, ବଡ଼ ସଙ୍କଟରୁ ମୁକୁଳିଲା ଭାରତ

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ ଆଜି ଆଉ ୮୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଦଳର ନୂଆ ୱିକେଟ କିପର ଧ୍ରୁବ ଜୁରେଲ ଗତକାଲି ୩୦ ରନରେ ଅପରାଜିତ ରହିଥିବା ବେଳେ ଆଜି ସେ ଆଉ ୬୦ ରନ୍ ଯୋଡ଼ି ୯୦ ରନରେ ଆଉଟ ହୋଇଯାଇଥିଲେ ।

ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ଏବେ ୪୬ ରନ ପଛରେ ପଡ଼ିଯାଇଛି । ଇଂଲଣ୍ଡ ୧୧୨ ରନରେ ୫ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଜୋ ରୁଟ୍ ଶତକୀୟ ପାଳି ଖେଳି ଦଳକୁ ଉଦ୍ଧାର କରିଥିଲେ । ସେହିପରି ଟିମ୍ ଇଣ୍ଡିଆ ୧୭୭ ରନରେ ୭ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଧ୍ରୁବ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୫୩ରେ ପହଞ୍ଚାଇଥିଲେ । ଆଜି ମଧ୍ୟ ସେ ଶାନଦାର ପ୍ରଦର୍ଶନ କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରାଇପାରିଥିଲେ । ନଚେତ୍ ଭାରତ ଶତାଧିକ ରନରେ ପଛୁଆ ରହିଥାନ୍ତା । ଇଂଲଣ୍ଡ ପକ୍ଷରୁ ଶୋଏବ ବସିର ସର୍ବାଧିକ ୫ଟି ଓ ଟମ ହାର୍ଟଲେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.