fbpx
BSKY
BJD MC SKY
BJD YOUTH SKY

ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଲା: ମ୍ୟାଚ ଜିତିଯିବା ଅର୍ଥ ନୁହେଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ପଦାର୍ପଣ ମ୍ୟାଚରେ ଭାରତ ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆକୁ ଇଣ୍ଡିଆ ଭେଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । ୨୦୦ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ରୋହିତ ଶର୍ମାଙ୍କ ବାହିନୀ ପ୍ରଥମରୁ ବଡ଼ ସଙ୍କଟରେ ପଡ଼ିଥିଲା । ଦଳୀୟ ସ୍କୋର ମାତ୍ର ୨ ରନ ହୋଇଥିବା ବେଳେ ଭାରତ ୩ଟି ଗୁରୁତ୍ୱର୍ଣ୍ଣ ୱିକେଟ ହରାଇଥିଲା ।

ରୋହିତ ଶର୍ମା, ଈଶାନ କିଶନ ଓ ଶ୍ରେୟସ ଆୟର ଶୂନ୍ୟରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ବିରାଟ କୋହଲି (୮୫) ଓ କେ.ଏଲ ରାହୁଲ (୯୭) ରନ୍ ସଂଗ୍ରହ କରି ଦଳକୁ ଏକ ନିଶ୍ଚିତ ପରାଜୟରୁ ବଞ୍ଚାଇଥିଲେ । ସାଧାରଣ ଭାବେ ଗୋଟିଏ ଦଳ ଯଦି ମ୍ୟାଚ ପରେ ମ୍ୟାଚ ବିଜୟ ହାସଲ କରିଚାଲେ ତେବେ ତା’ର ଦୋଷ, ତ୍ରୁଟିକୁ କେହି ଖୋଜନ୍ତି ନାହିଁ । ମାତ୍ର ଏହା ଠିକ୍ ନୁହେଁ । ଏହି ମ୍ୟାଚରେ ଭାରତ ଭାରତ ବୋଲିଂ ପାଇଁ ହିଁ ଜିତିଲା ବୋଲି କହିବାକୁ ପଡ଼ିବ । ଯଦି ଏହା ଏକ ହାଇସ୍କୋରିଂ ମ୍ୟାଚ ହୋଇଥାନ୍ତା ତେବେ ଭାରତର ଅବସ୍ଥା କ’ଣ ହୋଇଥାନ୍ତା? ଅଷ୍ଟ୍ରେଲିଆର ୬ ଜଣ ଟପ୍ ବ୍ୟାଟ୍ସମ୍ୟାନ ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ପିନ୍ ଜାଲରେ ଫଶିଯାଇଥିଲେ । କେବଳ ଜଣେ ଓପନର ପେସ ବୋଲିଂରେ ଆଉଟ୍ ହୋଇଥିଲେ ।

ରାହୁଲ-ବିରାଟଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ପ୍ରଦର୍ଶନ ଯୋଗ୍ୟ । ମାତ୍ର ରୋହିତ, ଈଶାନ ଓ ଶ୍ରେୟସ ଯେଉଁ ଖେଳ ପ୍ରଦର୍ଶନ କଲେ ତାହା କ’ଣ ଗ୍ରହଣଯୋଗ୍ୟ । ବିଶ୍ୱର ଏକନମ୍ବର ଟିମ୍ ବିପକ୍ଷରେ ବିଶ୍ୱକପରେ ଜଣେ ବ୍ୟାଟ୍ସମ୍ୟାନଠାରୁ କ’ଣ ଏପରି ଆଶା କରାଯାଇପାରେ । ଗୋଟିଏ ବ୍ୟାଟ୍ସମ୍ୟାନଠାରୁ ପ୍ରତି ମ୍ୟାଚରେ କ’ଣ ଅତିକମରେ ୪୦-୫୦ ରନ୍ ଆଶା କରାଯିବ ନାହିଁ? ଏହା ତ ଆରମ୍ଭ, ଭାରତୀୟ ଖେଳାଳିମାନେ ଏବେଠାରୁ ସୁଧୁରିଯିବା ଆବଶ୍ୟକ । ସମସ୍ତଙ୍କର ସହଯୋଗରେ ହିଁ ଗୋଟିଏ ଟିମ୍ ବିଶ୍ୱ ଚାମ୍ପିୟନ ହୋଇଥାଏ । ଗୋଟିଏ ଟିମ୍ ଜିତିଯିବା, ଜଣେ ବ୍ୟାଟ୍ସମ୍ୟାନ ଶତକ / ଅର୍ଦ୍ଧଶତକ କରିବା ଅର୍ଥ ନୁହେଁ ଉକ୍ତ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରୁଛି । ବିଶ୍ୱକପ ଆରମ୍ଭରୁ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି, ଆଗକୁ ଏହାର ପୁନରାବୃତ୍ତି ନହେବା ଆବଶ୍ୟକ ।

Get real time updates directly on you device, subscribe now.