ମାଞ୍ଚେଷ୍ଟର ଟେଷ୍ଟ ଡ୍ର ହେବା ସତ୍ତ୍ୱେ ଏକ ବଡ଼ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଭାଙ୍ଗିଗଲା ଅଷ୍ଟ୍ରେଲିଆର ରେକର୍ଡ

୧୪୧ ବର୍ଷର କ୍ରିକେଟ୍ ଇତିହାସରେ ଆଗରୁ କେବେ ହୋଇନଥିଲା।

ନୂଆଦିଲ୍ଲୀ: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଏକ ରୋମାଞ୍ଚକର ଡ୍ର ରେ ଶେଷ ହୋଇଛି।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନର ଏକ ବିଶାଳ ସ୍କୋର କରି ମ୍ୟାଚ୍ ଉପରେ ନିଜର ବିଜୟକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦମଦାର ପ୍ରଦର୍ଶନ ମ୍ୟାଚର ଗତିକୁ ବଦଳାଇ ଦେଇଥିଲା।

ବିଶେଷ କରି ଦ୍ୱିତୀୟ ଇନିଂସରେ ଭାରତ ଯେପରି ଲଢିଥିଲା, ତାହା କେବଳ ମ୍ୟାଚକୁ ଡ୍ର କରିନଥିଲା ବରଂ ଏକ ନୂଆ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇଥିଲା।

ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଚମତ୍କାର ବ୍ୟାଟିଂ: ପ୍ରଥମ ଇଂନିସରେ ୩୫୮ ରନରେ ଅଲଆଉଟ୍ ହେବା ପରେ, ଏହା ମନେ ହେଉଥିଲା ଯେ ଟିମ୍ ଇଣ୍ଡିଆ ଏହି ଟେଷ୍ଟରେ ଅସୁବିଧାରେ ପଡ଼ିପାରେ।

କିନ୍ତୁ ଦ୍ୱିତୀୟ ଇନିଂସରେ ବ୍ୟାଟସମ୍ୟାନମାନେ ନିଜର ଧର୍ଯ୍ୟ ଏବଂ ଦକ୍ଷତାର ପ୍ରଦର୍ଶନ କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ୧୦୩ ରନର ଏକ ଚମତ୍କାର ଅଧିନାୟକତ୍ୱ ଇନିଂସ ଖେଳିଥିଲେ।

ଯେତେବେଳେ କି ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ଅପରାଜିତ ଶତକ ହାସଲ କରି ଇଂଲଣ୍ଡକୁ ବ୍ୟାକଫୁଟରକୁ ଠେଲି ଦେଇଥିଲେ।

ଏହି ଦୁଇଜଣଙ୍କ ମଧ୍ୟରେ ୨୦୩ ରନର ଭାଗୀଦାରୀ ଭାରତକୁ ପରାଜୟରୁ ରକ୍ଷା କରିନଥିଲା ବରଂ ମ୍ୟାଚ୍‌କୁ ଏକ ଐତିହାସିକ ଡ୍ରରେ ପରିଣତ କରିଥିଲା।

ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୪ ୱିକେଟ ହରାଇ ୪୨୫ ରନ କରିଥିଲା ଏବଂ ମ୍ୟାଚ୍ ଫଳାଫଳର ସମସ୍ତ ସମ୍ଭାବନାର ଅନ୍ତ ଘଟାଇଥିଲା।

ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଗଲା: ମାଞ୍ଚେଷ୍ଟର ଟେଷ୍ଟ ଡ୍ର ହେବା ସହିତ ଭାରତ ନିଜ ନାଁରେ ଏକ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା। ଟିମ୍ ଇଣ୍ଡିଆ ଏବେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ଥର ୩୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିବା ଦଳ ପାଲଟିଛି। ଏହାସହ ଅଷ୍ଟ୍ରେଲିଆର ବହୁ ପୁରୁଣା ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗି ଯାଇଛି।

ଇଂଲଣ୍ଡ ବିପକ୍ଷରେ ଚଳିତ ଟେଷ୍ଟ ସିରିଜରେ ଭାରତ ୬ ଥର ୩୫୦+ ରନ କରିଥିଲା। ଏହି ସଫଳତା ପୂର୍ବରୁ କେବଳ ଅଷ୍ଟ୍ରେଲିଆ ନାମରେ ରେକର୍ଡ କରାଯାଇଥିଲା।

ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ୧୯୨୦-୨୧ ମସିହାରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଏହି ରେକର୍ଡ କରିଥିଲା। ତା’ପରେ ୧୯୪୮ ଏବଂ ୧୯୮୯ ମସିହାରେ ଇଂଲଣ୍ଡ ମାଟିରେ ଏହି ସଂଖ୍ୟା ପୁନରାବୃତ୍ତି ହୋଇଥିଲା।

ଯେତେବେଳେ ଅଷ୍ଟ୍ରେଲିଆ ଏହି ଦୁଇଟି ସିରିଜରେ ୬ ଥର ୩୫୦ ରୁ ଅଧିକ ରନ କରିଥିଲା। କିନ୍ତୁ ଏବେ ଭାରତ ଏହି ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ସୃଷ୍ଟି କରିଛି।

 ଭାରତର ପ୍ରଦର୍ଶନ:

ଲିଡ୍ସ ଟେଷ୍ଟ: ପ୍ରଥମ ଇନିଂସ – ୪୭୧ ରନ, ଦ୍ୱିତୀୟ ଇନିଂସ – ୩୬୪ ରନ
ଏଜବାଷ୍ଟନ ଟେଷ୍ଟ: ପ୍ରଥମ ଇନିଂସ – ୫୮୭ ରନ, ଦ୍ୱିତୀୟ ଇନିଂସ – ୪୨୭/୬
ତୃତୀୟ ଟେଷ୍ଟ: ପ୍ରଥମ ଇନିଂସ – ୩୮୭ ରନ, ଦ୍ୱିତୀୟ ଇନିଂସ – ୧୭୦ ରନ
ଚତୁର୍ଥ ଟେଷ୍ଟ: ପ୍ରଥମ ଇନିଂସ – ୩୫୮ ରନ, ଦ୍ୱିତୀୟ ଇନିଂସ – ୪୨୫/୪ ରନ

୧୮୮୪ ପରଠାରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ୮୬ଟି ଟେଷ୍ଟ ମ୍ୟାଚରେ ଏହା ପ୍ରଥମ ଥର ପାଇଁ ଯେ କୌଣସି ଦଳ ଉଭୟ ଇନିଂସରେ ୩୫୦ ରୁ ଅଧିକ ରନ କରିଛି। ଟେଷ୍ଟ କ୍ରିକେଟର ୧୪୧ ବର୍ଷର ଇତିହାସରେ ଟିମ୍ ଇଣ୍ଡିଆ ପୂର୍ବରୁ କୌଣସି ଦଳ ଏହା କରିପାରି ନଥିଲା