fbpx

U-19 WC; ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ: ବାଂଲାଦେଶକୁ ଦେଲା ଚକମା

AAKASH

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶକୁ ୮୪ ରନରେ ମାତ୍ ଦେଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ବିଶ୍ୱକପରେ ଧୂଆଁଧାର ଆରମ୍ଭ କରିଛି ଜୁନିୟର ଦଳ । ମାତ୍ର ୧୬୭ ରନରେ ବାଂଲାଦେଶକୁ ଅଲଆଉଟ କରି ଭାରତ ଏଥିରେ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୫୧ ରନ୍ ସଂଗ୍ରହ କରିଥିଲା । ତେବେ ଟିମ ଇଣ୍ଡିଆର ଏହି ଟାର୍ଗେଟକୁ ପିଛା କରି ବାଂଲାଦେଶ ମାତ୍ର ୧୬୭ ରନରେ ଅଲଆଉଟ ହୋଇଯାଇଛି । ମହମ୍ମଦ ସିହାବଙ୍କ ଅର୍ଦ୍ଧଶତକ ଏବଂ ଆରିଫୁଲ ଇସଲାମଙ୍କ ଦମଦାର ପାଳି ପରେ ମଧ୍ୟ ପରାଜୟର ସ୍ୱାଦ ଚାଖିଛି ବାଂଲାଦେଶ । ୭୭ ବଲରୁ ମହମ୍ମଦ ସିହାବ ୫୪ ରନ କରିଥିବା ବେଳେ ଷ୍ଟାର ବ୍ୟାଟର ଆରିଫୁଲ ଇସଲାମ ୪୧ ରନ କରି ବାଂଲାଦେଶର ବିଜୟ ଆଶା ବୃଦ୍ଧି କରାଇଥିଲେ । କିନ୍ତୁ ଟିମ ଇଣ୍ଡିଆର ଘାତକ ବୋଲିଂ ଆଗରେ ଫେଲ କମାରିଛି ବାଂଲାଦେଶ ସେନା । ଭାରତ ପକ୍ଷରୁ ସୌମୀ ପାଣ୍ଡେ ସର୍ବାଧିକ ୪ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ମୁସୀର ଖାନ ୨ଟି ୱିକେଟ ନେଇଥିବା ବେଳେ ରାଜ୍ ଲିମ୍ବାନି, ଆର୍ଶିନ କୁଲକର୍ଣ୍ଣି ଏବଂ ପ୍ରିୟାଂଶୁ ମୋଲିୟା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ବାଂଲାଦେଶ ଅଧିନାୟକଙ୍କୁ ମହଙ୍ଗା ପଡ଼ିଛି । ଟିମ ଇଣ୍ଡିଆ ତରପରୁ ଷ୍ଟାର ଓପନର ଆଦର୍ଶ ସିଂହ ଏବଂ ଅଧିନାୟକ ଉଦୟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ଏହି ଟାର୍ଗେଟ ଦେବାରେ ସଫଳ ହୋଇଥିଲା ଟିମ ଇଣ୍ଡିଆ । ଆଦର୍ଶ ଏହି ମ୍ୟାଚରେ ୯୬ ବଲରୁ ୭୬ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ଉଦୟ ୯୪ ବଲରୁ ୬୪ ରନ୍ କରି ଭାରତକୁ ୨୫୦ ରନ୍ ପାର୍ କରାଇଥିଲେ । ଏହାପରେ ପ୍ରିୟାଂଶୁ, ଆରାଭେଲି ଏବଂ ସଚିନଙ୍କ ଛୋଟ ଛୋଟ ପାଳି ଭାରତ ପାଇଁ ମୂଲ୍ୟବାନ୍ ସାବ୍ୟସ୍ତ ହୋଇଛି । ତେବେ ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଯାତ୍ରା ଆରମ୍ଭ କରିଛି ଭାରତୟ ଦଳ ।

Get real time updates directly on you device, subscribe now.