fbpx
BJD SKY
BJD SKY

‘ରୋହିତ-ଦ୍ରାବିଡଙ୍କ ପାଇଁ ବିଶ୍ୱକପ ହାରିଲା ଟିମ ଇଣ୍ଡିଆ…’ ଖୁଲାସା କଲେ ଏହି କ୍ରିକେଟର

BJD

ନୂଆଦିଲ୍ଲୀ: ଏବେ ସମଗ୍ର କ୍ରିକେଟପ୍ରେମୀଙ୍କୁ ଆଇପିଏଲ-୨୦୨୪ର ଅପେକ୍ଷା ରହିଛି । କିନ୍ତୁ ଏବେ ବି ଭାରତୀୟ ଫ୍ୟାନ୍ସ ଭୁଲି ପାରି ନାହାନ୍ତି ଗତ ଦିନିକିଆ ବିଶ୍ୱକପର ପରାଜୟ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିବା ଟିମ ଇଣ୍ଡିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା । ତେବେ ଏହି ପରାଜୟର କାରଣ ସ୍ଲୋ ପିଚ୍ ବୋଲି କୁହାଯାଇଥିଲା । କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଏବେ ଏହାର ବଡ଼ ଖୁଲାସା କରିଛନ୍ତି । ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ହିଁ ଏହି ପରାଜୟର କାରଣ ବୋଲି ସେ ଦାୟୀ ପୂର୍ବତନ ଖେଳାଳି ।

ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତକୁ ପରାସ୍ତ କରି ଟ୍ରଫି ନିଜ ନାମରେ କରିଛି ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚ ପରେ ଟିମ ଇଣ୍ଡିଆକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପିଚ୍ ଅଚାନକ ସ୍ଲୋ ହୋଇଯିବାରୁ ଭାରତୀୟ ବ୍ୟାଟର ଏହାକୁ ବୁଝି ପାରି ନଥିଲେ, ଯାହା ଫଳରେ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇ ଟିମ ବିଶ୍ୱକପ ଟ୍ରଫି ହରାଇଥିଲା ବୋଲି କୁହାଯାଇଥିଲା । ଏ ନେଇ ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ କହିଛନ୍ତି ଯେ, ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ପାଇଁ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ ହିଁ ଦାୟୀ । ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ପିଚରେ ପରିବର୍ତ୍ତନ କରାଇଥିଲେ ରୋହିତ ଏବଂ ଦ୍ରାବିଡ । ଉଭୟଙ୍କର ଏହି ନିଷ୍ପତ୍ତି ହିଁ ଭାରତ ହାତରୁ ବିଶ୍ୱକପ ଟ୍ରଫି ଛଡ଼ାଇ ନେଇଥିଲା ।

ଅଷ୍ଟେଲିଆ ଦଳରେ ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସଙ୍କ ଭଳି ପେସ୍ ବୋଲର ସୋମିଲ ରହିଥିଲେ । ତେଣୁ ସେମାନଙ୍କୁ ସ୍ଲୋ ପିଚ୍ ଦେବା ପାଇଁ ଚିନ୍ତା କରିଥିଲା ଟିମ ଇଣ୍ଡିଆ । କିନ୍ତୁ ରୋହିତ, ଦ୍ରାବିଡଙ୍କ ସହ ଟିମ ଇଣ୍ଡିଆ ନିଜ ଜାଲରେ ନିଜେ ହିଁ ଫସି ଯାଇଥିଲେ । ଯାହା ଫଳରେ ଦଳକୁ ବ୍ୟାଟିଂ କରିବା କଷ୍ଟକର ହୋଇ ପଡ଼ିଥିଲା । ପିଚକୁ ପରିବର୍ତ୍ତନ କରାଇବା ନିଷ୍ପତ୍ତି ଯୋଗୁଁ ଭାରତ ଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଥିବା କୈଫ ପ୍ରକାଶ କରିଛନ୍ତି । ଫାଇନାଲ ମ୍ୟାଚରେ ମାତ୍ର ୨୪୦ ରନରେ ଅଲ ଆଉଟ ହୋଇଥିଲା ଟିମ ଇଣ୍ଡିଆ । ତେବେ ୪୩ ଓଭରରେ ୪ ୱିକେଟ ହରାଇ୨୪୧ ରନର ଲକ୍ଷ୍ୟ ହାସଲ କରି ବିଶ୍ୱକପ ଟ୍ରଫି ନିଜ ନାମରେ କରିଛି ଅଷ୍ଟ୍ରେଲିଆ ।

Get real time updates directly on you device, subscribe now.