fbpx
BJD SKY
BJD SKY

‘ଏବେ ନିଜକୁ ସୁରକ୍ଷିତ ରଖିବାକୁ ହେବ’: ୫ମ ଥର ରାଷ୍ଟ୍ରପତି ହେବା ପରେ କାହିଁକି ଏପରି କହିଲେ ଭ୍ଲାଦିମିର ପୁଟିନ

BJD

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନ ଐତିହାସିକ ବିଜୟ ହାସଲ କରି ୫ମ ଥର ରାଷ୍ଟ୍ରପତି ଆସନ ହାସଲ କରିଛନ୍ତି । ପୁଟିନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ୮୮ ପ୍ରତିଶତ ଭୋଟ ମିଳିଛି । ପୁଟିନ ଏହି ଐତିହାସିକ ବିଜୟ ପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ଭିକ୍ଟ୍ରି ସ୍ପିଚରେ କହିଛନ୍ତି ଯେ, ୟୁକ୍ରେନ ସହ ରୁଷର ଯୁଦ୍ଧ ଜାରି ରହିବ । ଏଥିସହ ସେ ଅନ୍ୟ ଏକ କଥା କହିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି । ପୁଟିନ ନିଜ ବିବୃତ୍ତିରେ କହିଛନ୍ତି ଯେ, ରୁଷ ନିଜ ସୀମାକୁ ପୂର୍ବ ଅପେକ୍ଷା ଅଧକ ସୁରକ୍ଷିତ ରଖିବା ପାଇଁ କାମ କରୁଛି । ଖାସକରି ୟୁକ୍ରେନ ସହ ଲାଗିରହିଥିବା ସୀମାକୁ ଅଧିକ ସୁରକ୍ଷିତ କରିବେ ।

ରୁଷରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଯେତେବେଳେ ନିର୍ବାଚନର ଶେଷ ଦିନରେ ମତଦାନ ଚାଲିଥିଲା ସେତେବେଳେ ୟୁକ୍ରେନ ପକ୍ଷରୁ ମସ୍କୋ ସମେତ ଅନେକ ରୁଷର ସହର ଉପରେ ବୋମାମାଡ କରାଯାଇଛି । ୟୁକ୍ରେନ ସେନା ଡ୍ରୋନ ଆଟାକ କରିଛନ୍ତି । ଏହାରି ମଧ୍ୟରେ ରୁଷ ସେନା ଦାବି କରିଥିଲେ ଯେ, ୟୁକ୍ରେନର ୩୫ଟି ଡ୍ରୋନକୁ ଏୟାର ଷ୍ଟ୍ରାଇକ ଦ୍ୱାରା ନଷ୍ଟ କରାଯାଇଥିଲା । ହେଲେ ପୁଣି ଥରେ ବଡ଼ ସଂଖ୍ୟାରେ ସହରରେ ଡ୍ରୋନ ଖସିଥିଲା । ଏଥିରେ ଦୁଇଜଣ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଛି । ଏହା ବ୍ୟତୀତ ବଡ଼ ବଡ଼ ବିଲ୍ଡିଂ ମଧ୍ୟ ଧ୍ୱଂସ ପାଇଯାଇଛି । ଏବେ ରୁଷ ନିଜ ସୀମାକୁ ଆହୁରି ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ ଆରମ୍ଭ କରିସାରିଛି ।

କ୍ରେମଲିନ ସୋମବାର ଦିନ କହିଛନ୍ତି ଯେ, ରୁଷ କ୍ଷେତ୍ରକୁ ୟୁକ୍ରେନ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକମାତ୍ର ଉପାୟ ହେଉଛି ବଫର ଜୋନ । ଯାହା ରୁଷ କ୍ଷେତ୍ରକୁ ସୁରକ୍ଷିତ ରଖିବ । ଏହା ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦ୍ୱିତୀୟ ଥର ନିର୍ବାଚନ ଜିତିବା ପରେ ଭିକ୍ଟ୍ରି ସ୍ପିଚରେ ଏହିଭଳି କ୍ଷେତ୍ର ସ୍ଥାପନା କରିବା କଥା କହିଛନ୍ତି ।

Get real time updates directly on you device, subscribe now.