fbpx

(Video) ଏହି କାରଣ ପାଇଁ ବିଶ୍ୱକପ ହାରିଲା ଟିମ ଇଣ୍ଡିଆ: ଜାଣନ୍ତୁ ପରାଜୟର ୪ଟି ବଡ଼ କାରଣ

Advertisement

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚତୁର୍ଥ ଥର ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୬ ବର୍ଷର ପୁରୁଣା ପ୍ରତିଶୋଧ ନେଇଛି । ସମ୍ପୂର୍ଣ୍ଣ ବିଶ୍ୱକପ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଫାଇନାଲ ମ୍ୟାଚରେ ହିଁ ବିଫଳ ହୋଇଛି । ଯାହାଫଳରେ ଭାରତ ଷଷ୍ଠ ଥର ବିଶ୍ୱବିଜୟୀ ହେବାର ସ୍ୱପ୍ନ ଭାଙ୍ଗିଯାଇଛି । ୨୫୪୫ ରନର ପିଛା କରି ଟିମ ଇଣ୍ଡିଆ ମାତ୍ର ୧୭୪ ରନରେ ଅଲଆଉଟ ହୋଇ ବିଶ୍ୱକପ ଟ୍ରଫି ହାତଛଡ଼ା କରିଛି । ତେବେ ୪ଟି ବଡ଼ ଭୁଲ ପାଇଁ ଭାରତକୁ ଏହି ପରାଜୟର ସାମନା କରିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ ବିଶେଷ ପ୍ରଦର୍ଶନ କରିବାରେ ଫେଲ ମାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପ ଫାଇନାଲ ମ୍ୟାଚରେ ସର୍ବାଧିକ ସ୍କୋର ଭାବରେ ୨୫୩ ରନ ସଂଗ୍ରହ କରିଥିଲା ଅଷ୍ଟ୍ରେଲିଆ ।

ଟପ୍ ଅର୍ଡରର ଫ୍ଲପ ଶୋ’: ମୁସୀର ଖାନ୍, ସଚିନ ଦାସ ଏବଂ ଅଧିନାୟକ ଉଦୟ ସହାରନଙ୍କ ବ୍ୟାଟରୁ ଫାଇନାଲ ମ୍ୟାଚରେ ଦମଦାର ଇନିଂସ ଆଶା ରଖିଥିଲା ଟିମ ଇଣ୍ଡିଆ । କିନ୍ତୁ ମୁସୀର ୨୨, ଉଦୟ ୮ ଏବଂ ସଚିନ୍ ମାତ୍ର ୯ ରନ୍ କରି ଏହି ମ୍ୟାଚରେ ଶସ୍ତାରେ ପାଭିଲିୟନ ପେରିଛନ୍ତି । ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା ଉଦୟ ମଧ୍ୟ ବଡ଼ ପାଳି ଖେଳି ପାରିନାହାନ୍ତି ।

୫୦+ ଭାଗିଦାରୀ ନ ହେବା: ଭାରତୀୟ ଇନିଂସରେ କୌଣସି ଖେଳାଳିଙ୍କ ମଧ୍ୟରେ ୫୦ ରନର ପାର୍ଟନରସିପ ମଧ୍ୟ ହେବା ସମ୍ଭବ ହୋଇ ପାରିନାହିଁ । ଏହା ମଧ୍ୟ ଭାରତ ପରାଜୟର ଏକ ବଡ଼ କାରଣ ହୋଇପାରେ । ମୁରୁଗାନ୍ ଅଭିଷେକ ଏବଂ ନମନ ତିୱାରୀଙ୍କ ମଧ୍ୟରେ ୪୬ ରନର ସର୍ବଶ୍ରେଷ୍ଠ ଭାଗିଦାରୀ ହୋଇଥିଲା । କିନ୍ତୁ ଏହି ସମୟ ବେଳକୁ ଭାରତ ପରାଜୟର ଦ୍ୱାର ଦେଶରେ ପହଞ୍ଚି ସାରିଥିଲା ।

ଯାଦୁ ଦେଖାଇ ପାରିଲେନି ସ୍ପିନର୍ସ: ଅଧିନାୟକ ଉଦୟ ନିଜ ସ୍ପିନରମାନଙ୍କୁ ସଠିକ ଭାବରେ ବ୍ୟବହାର କରି ପାରିନାହାନ୍ତି । ମୁସୀର ଖାନ୍ ଏବଂ ସୌମୀ ପାଣ୍ଡେ ଏବଂ ପ୍ରିୟାଂଶୁ ମୋଲିୟାଙ୍କୁ ଦଳରେ ସାମିଲ କରିଥିଲେ । କିନ୍ତୁ କୌଣସି ବୋଲର ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇ ନାହାନ୍ତି । ସମସ୍ତ ସ୍ପିନର ଖୁବ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ମାତ୍ର ୱିକେଟ ହାସଲ କରିଛନ୍ତି ।

ଫାଇନାଲର ଚାପ ଭାରୀ ପଡ଼ିଲା: ଭାରତୀୟ ଟିମ ଫାଇନାଲ ମ୍ୟାଚର ଚାପକୁ ନିୟନ୍ତ୍ରଣ କରିପାରିନାହିଁ । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜକୁ ସରେଣ୍ଡର କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ଅଧିକାଂଶ ବ୍ୟାଟର ୨ ଅଙ୍କ ଛୁଇଁ ନ ପାରି ପାଭିଲିୟନ ପେରିଛନ୍ତି । ଫଳରେ ମ୍ୟାଚ ବିଜୟର ସୁଯୋଗ ହାତରୁ ଖସି ଯାଇଥିଲା ।

 

Get real time updates directly on you device, subscribe now.