fbpx

Asia Cup ଫାଇନାଲରୁ ବାଦ୍ ପଡ଼ିପାରେ ଟିମ ଇଣ୍ଡିଆ: ରିଜର୍ଭ ଡେ’ ମ୍ୟାଚରେ ଭାରତର ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି । ଲଗାତାର ବର୍ଷା ଯୋଗୁଁ ଆଜିର ମ୍ୟାଚ ଅଧାରେ ହିଁ ରୋକିବାକୁ ବାଧ୍ୟ ହୋଇଛନ୍ତି ରେପରୀ । ତେବେ ଏହି ମ୍ୟାଚର ଫଳାଫଳ ପାଇଁ ଆସନ୍ତାକାଲି ରିଜର୍ଭ ଡେ’ରେ ମ୍ୟାଚ ଖେଳାଯିବ । ଆଜି ୨୪.୧ ଓଭର ପର୍ଯ୍ୟନ୍ତି ଖେଳିଥିବା ଭାରତ ପୁଣିଥରେ କାଲି ସେହିଠାରୁ ଖେଳ ଆରମ୍ଭ କରିବ । ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତର ବାକି ଓଭର ପାଇଁ ଖେଳ ଆରମ୍ଭ କରିବେ । ତେବେ ଆସନ୍ତାକାଲି ଏହି ମ୍ୟାଚର ଫଳାଫଳ ଜଣା ପଡ଼ିବ । କିନ୍ତୁ ଭାରତ ପାଇଁ ଏହା ବିପଦ ସାଜିପାରେ । ମ୍ୟାଚ ରଦ୍ଦ ହେବା ପରେ ଭାରତର ଫାଇନାଲ ଆଶା ମଧ୍ୟ କମ୍ ହୋଇପାରେ ।

ଲିଗ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ହେବା ପରେ ଆଜିର ସୁପର-୪ ଷ୍ଟେଜରେ ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଛି । ତେବେ ଆସନ୍ତାକାଲି ରିଜର୍ଭ ଡେ’ରେ ଏହି ମ୍ୟାଚ ଖେଳାଯିବ । କିନ୍ତୁ ରିଜର୍ଭ ଡେ’ରେ ମଧ୍ୟ ଯଦି ବର୍ଷା ହୁଏ, ଏବଂ ମ୍ୟାଚ ଖେଳା ଯାଇ ନ ପାରେ… ତେବେ ଏହା ଟିମ ଇଣ୍ଡିଆ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ।

ରିଜର୍ଭ ଡେ’ରେ ମ୍ୟାଚ ନ ହେଲେ କ’ଣ ହେବ?

ଆସନ୍ତାକାଲି ଭାରତ-ପାକିସ୍ତାନ ମ୍ୟାଚ ରିଜର୍ଭ ଡେ’ରେ ଖେଳାଯିବ । କିନ୍ତୁ ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଯଦି ରିଜର୍ଭ ଡେ’ରେ ମଧ୍ୟ ବର୍ଷା ହୋଇ ମ୍ୟାଚ ରଦ୍ଦ ହୋଇଯାଏ, ଭାରତକୁ ଫାଇନାଲରେପ୍ରବେଶ କରିବା କଷ୍ଟକର ହୋଇ ପଡ଼ିବ । କାରଣ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଭାରତ ଶ୍ରୀଲଙ୍କା ଏବଂ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବ । ତେବେ ଏହି ମ୍ୟାଚ ରଦ୍ଦ ହେଲେ ଭାରତ ଏବଂ ପାକିସ୍ତାନକୁ ୧-୧ ପଏଣ୍ଟ ମିଳିପାରିବ । ତେଣୁ ଏହାପରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଉଭୟ ଦଳକୁ ହରାଇଲେ ହିଁ ଭାରତ ଫାଇନାଲରେ ପ୍ରବେଶ କରିପାରିବ । ତେବେ ଏହା ମଧ୍ୟରୁ ଗୋଟିଏ ବି ମ୍ୟାଚରେ ପରାଜୟ ଭାରତକୁ ଫାଇନାଲରୁ ବାଦ୍ ପକାଇପାରେ ।

ସେପଟେ ଶ୍ରୀଲଙ୍କା, ପାକିସ୍ତାନ ଏବଂ ବାଂଲାଦେଶ ସୁପର-୪ ଷ୍ଟେଜରେ ୧-୧ ମ୍ୟାଚ ଜିତି ଟେବୁଲରେ ଶୀର୍ଷରେ ରହିଛନ୍ତି । ଏହାପରେ କାଲି ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ପାକିସ୍ତାନକୁ ୧ ପଏଣ୍ଟ ମିଳିଯିବ । ତେଣୁ ପାକିସ୍ତାନକୁ ଫାଇନାଲରେ ପହଞ୍ଚିବା ଆହୁରି ସହଜ ହୋଇଯିବ । ସେଥିପାଇଁ ଆସନ୍ତାକାଲି ମ୍ୟାଚରେ ଭାରତ ପାକିସ୍ତାନ ଉପରେ କୌଣସି ବି ପ୍ରକାରରେ ବିଜୟ ହାସଲ କଲେ ଫାଇନାଲ ବାଟ ସହଜ ହୋଇପାରିବ ।

Get real time updates directly on you device, subscribe now.