fbpx

WTCରୁ ବିଦା ହୋଇପାରେ ଟିମ୍ ଇଣ୍ଡିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ପରାଜୟ ମହଙ୍ଗା ପଡ଼ିବ ବିରାଟ ବାହିନୀକୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧-୨ରେ ଟେଷ୍ଟ ସିରିଜ୍ ପରାଜୟ ବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହିଲଙ୍କୁ ଦୁର୍ବଳ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ତେବେ ଏହି ପରାଜୟ କଦାପି ଏକ ମାମୁଲି ପରାଜୟ ହୋଇନପାରେ । ଏଥିପାଇଁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡ଼ିପାରେ ବିରାଟ ବାହିନୀକୁ । ସୂଚନା ମୁତାବକ, ଲଗାତର ୨ଟି ଟେଷ୍ଟରେ ପରାଜୟ ଫଳରେ ଭାରତ ଆଇସିସିର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ତଳକୁ ଖସି ଆସିଛି । ଫଳରେ ଟିମ୍ ଇଣ୍ଡିଆର ଡବ୍ଲ୍ୟୁଟିସି ଫାଇନାଲ ଖେଳିବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।

ଆଇସିସି ଡବ୍ଲ୍ୟୁଟିସିର ଦ୍ୱିତୀୟ ସିଜି ୨୦୨୧-୨୩ ପାଇଁ ନୂଆ ନିୟମ ଲାଗୁ କରିଛି । ପ୍ରଥମ ସିଜିନରେ କୌଣସି ଟିମର ରାଙ୍କିଂ ତା’ର ବିଜୟ ଉପରେ ଆଧାରିତ ଥିଲା । ମାତ୍ର ଚଳିତ ଥର ଦଳ କେତୋଟି ଟେଷ୍ଟ ଜିତିଛି, ତାହା ବିଚାରକୁ ନିଆଯିବ ନାହିଁ, ଟିମର ବିଜୟର ହାର କେତେ ରହିଛି ତାହା ହିସାବ କରାଯିବ । ଯଦି କୌଣସି ଟିମ୍ ୧୦ଟି ଟେଷ୍ଟରୁ ୫ଟି ଜିତିବ, ତେବେ ତା’ର ବିଜୟ ପ୍ରତିଶଥ ୫ ପ୍ରତିଶତ ରହିବ । ଯଦି ଅନ୍ୟ ଟିମ ୫ଟି ଟେଷ୍ଟରୁ ୪ଟି ଜିତିବ, ତେବେ ୮୦% ବିଜୟ ଆଧାରରେ ସେ ଟପରେ ରହିବ । ଭାରତ ବର୍ତ୍ତମାନ ସବୁଠାରୁ ଅଧିକ ୯ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଟେଷ୍ଟ ଜିତିଛି । ମାତ୍ର ପଏଣ୍ଟ ଆଧାରରେ ୪୯.୦୭ ପ୍ରତିଶତ ସହ ଭାରତ ୫ ନମ୍ବରରେ ରହିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ମାତ୍ର ଦୁଇଟି ଟେଷ୍ଟ ଜିତିଥିବାରୁ ୧୦ ପ୍ରତିଶତ ବିଜୟ ସହ ଟପରେ ରହିଛି । ଦ୍ୱିତୀୟ ସିଜିନରେ ଭାରତକୁ ମୋଟ ୧୮ଟି ଟେଷ୍ଟ ଖେଳିବାକୁ ଥିବାବେଳେ ସେଥିରୁ ୯ଟି ଖେଳିସାରିଛି । ଦଳ ଆଗକୁ ଇଂଲଣ୍ଡ ବିପକ୍ଷରେ ୧ଟି, ଶ୍ରୀଲଙ୍କା ବିପକ୍ଷରେ ୨ଟି, ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି, ବାଲାଂଦେଶ ବିପକ୍ଷରେ ୨ଟି ଟେଷ୍ଟ ଖେଳିବାର ଅଛି । ତେଣୁ ଏପରି ସ୍ଥିତିରେ କଡ଼ା ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି ଟିମ୍ ଇଣ୍ଡିଆ ।

Get real time updates directly on you device, subscribe now.