fbpx

WTC ଫାଇନାଲ୍: ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ଭାରତୀୟ ଦଳ । କ୍ୟାପଟେନ କୋହଲି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଫାଇନାଲ ମ୍ୟାଚରେ ଅଂଶଗ୍ରହଣ କରୁଥିବା ୧୧ ଖେଳାଳିଙ୍କ ନାମ ଘୋଷଣା କରିଥିଲେ। ଟାଇଟଲ୍ ମ୍ୟାଚ୍ ରେ ଭାରତ ତିନି ଦ୍ରୁତ ବୋଲର ଏବଂ ଦୁଇ ସ୍ପିନରଙ୍କ ସହ ଯିବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ଐତିହାସିକ ମ୍ୟାଚରେ ରୋହିତ ଶର୍ମା ଏବଂ ଶୁବମାନ ଗିଲ ଓପନିଂ ଖେଳିବେ। କ୍ୟାପଟେନ ବିରାଟ କୋହଲି ଟିମରେ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନଙ୍କୁ ସାମିଲ କରିଛନ୍ତି।

ଫାଇନାଲ ମ୍ୟାଚ୍ ପାଇଁ ଭାରତୀୟ ଦଳ – ଶୁଭମାନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି।

Get real time updates directly on you device, subscribe now.