fbpx

ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା

ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଭାରତ ଅନ୍ତିମ ତଥା ୫ମ ଟେଷ୍ଟ ଖେଳିବାକୁ ଯାଉଛି । ୫ମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି । ଟିମରୁ କେଏଲ ରାହୁଲ ବାହାର ହୋଇଥିବା ବେଳେ ଯଶପ୍ରୀତ ବୁମ୍ରା ଫେରିଛନ୍ତି । ସେହିପରି ପୂର୍ବରୁ ଟିମରେ ସାମିଲ ଥିବା କିଛି ଖେଳାଳିଙ୍କୁ ରିଲିଜ୍ କରିଦିଆଯାଇଛି ।

ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମ୍ରା (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ରଜତ ପାଟୀଦାର, ସର୍ଫରାଜ ଖଶନ, ଧ୍ରୁବ ଜୁରେଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଦେବଦତ୍ତ ପାଡିକ୍କଲ, ଆର. ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।

ଦିନିକିଆ ବିଶ୍ୱକପରେ ଧୁମ୍ ମଚାଇଥିବା ଶାମୀଙ୍କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅପଡେଟ୍ ଦେଇଛି । ଗତ ୨୬ ତାରିଖରେ ଶାମୀଙ୍କର ସର୍ଜରୀ ସଫଳତାର ସହ ସମାପ୍ତ ହୋଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି । ସେ ଆରୋଗ୍ୟ ଲାଭ କରୁଥିବା ବେଳେ ଖୁବଶୀଘ୍ର ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ସାମିଲ ହେବେ । ଗତ ବିଶ୍ୱକପରେ ଶାମୀ ୭ଟି ମ୍ୟାଚରୁ ୨୪ଟି ୱିକେଟ ହାସଲ କରିଥିଲା । ନିକଟରେ ତାଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.