fbpx
BJD SKY
BJD SKY

(Video)‘ମୋ ସ୍ୱାମୀ ତ ହିରୋ ଥିଲେ..’, ଘର ଉପରେ ବୁଲଡୋଜର ଚାଲିବା ପରେ ଏପରି କହିଲେ ର‌୍ୟାଟ ମାଇନରଙ୍କ ପତ୍ନୀ

BJD

ନୂଆଦିଲ୍ଲୀ:ଦିଲ୍ଲୀ ବିକାଶ ପ୍ରାଧିକରଣ(ଡିଡିଏ)ର ବିଧ୍ୱଂସ ଅଭିଯାନ ଜରିଆରେ ସେହି ର‌୍ୟାଟ୍ ମାଇନରଙ୍କ ଘର ଉପରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଗଲା ଯିଏ କି ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସିଲ୍କୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇବାରେ ଜଣେ ଥିଲେ । ବୁଧବାର ଡିଡିଏ ପକ୍ଷରୁ ଖଜୁରୀ ଖାସ୍‌ରେ ବହୁ ଘର ଭଙ୍ଗା ଯାଇଛି । ଏହି କ୍ରମରେ ରେଟ୍ ହୋଲ୍ ମାଇନର ବକିଲ ହସନ ବି ବେଘର ହୋଇଛନ୍ତି । ଏକ ଭିଡିଓ ମେସେଜ୍‌ରେ ହସନ ଅଧିକାରୀମାନେ ବିନା କୌଣସି ନୋଟିସରେ ତାଙ୍‌କ ଘର ଭାଙ୍ଗିଥିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୋ ଘର ହିଁ ଏପରି ଏକମାତ୍ର ଜିନିଷ ଯାହା ମୁଁ ପୁରସ୍କାର ରୂପରେ ଦାବୀ କରିଥିଲି । କିନ୍ତୁ ଡିଡିଏ ବିନା କୌଣସି ନୋଟିସରେ ମୋ ଘର ଭାଙ୍ଗି ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ସରକାର ତାଙ୍କୁ ଆଶ୍ୱାସନା ଦେଇଥିଲେ କି ତାଙ୍କ ଘରକୁ କେହି ଛୁଇଁବେନି । ଏହା ସତ୍ତ୍ୱେ ତାଙ୍କ ଘର ଭାଙ୍ଗି ଦିଆଗଲା । ଏହା ସହିତ ଘଟଣା ସମୟରେ ପୋଲିସ ତାଙ୍କ ସହ ବର୍ବରତା ଆଚରଣ କରିଛି ବୋଲି ତାଙ୍କର ଜଣେ ସାଥି ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ନାବାଳିକା ପିଲାଙ୍କୁ ଥାନାକୁ ନେଇ ପିଟିଛନ୍ତି ବୋଲି ଅଭିଯୋଗ ହୋଇଛି ।
ଏହାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଶ୍ନ ଉଠାଇଛନ୍ତି । ପ୍ରିୟଙ୍କା ନିଜ ଟୁଇଟ୍‌ରେ ବକିଲଙ୍କ ପତ୍ନୀଙ୍କ କଥାକୁ ଉଦ୍ଧାର କରିଛନ୍ତି । ବକିଲଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀ ତ ହିରୋ ଥିଲେ, ଉତ୍ତରକାଶୀରେ ୪୧ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ସମସ୍ତେ ତାଙ୍କୁ ସମ୍ମାନ ଦେଉଛନ୍ତି । ଆଜି ଏହି ସମ୍ମାନ ବଦଳରେ ତାଙ୍କ ଘର ଭାଙ୍ଗି ଦିଆଯାଇଛି ।’

ତେବେ ଏହି ମାମଲାରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ତାଙ୍କ ଘରକୁ ନେଇ କିଛି ଆଇନଗତ ପ୍ରସଙ୍ଗ ଥିଲା । ଆମେ ତାହା ଉପରେ ଚର୍ଚ୍ଚା କରିଛୁ ଓ ଖୁବ୍ ଶୀଘ୍ର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯିବ ।

Get real time updates directly on you device, subscribe now.