fbpx
BSKY
BJD MC SKY
BJD YOUTH SKY

ଟିମ ଇଣ୍ଡିଆକୁ ଫେରିବେ Mr Dependable: ଏହି ଟୁର୍ଣ୍ଣାମେଣ୍ଟ ପୂଜାରା-ରାହାଣେଙ୍କୁ ଦଳରେ ଦେବ ସୁଯୋଗ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ସିରିଜକୁ ଡ୍ର କରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ଭାରତ ଦମଦାର କମବ୍ୟାକ କରିଥିଲା ଏବଂ ମ୍ୟାଚରେ ବିଜୟୀ ହୋଇଛି । କିନ୍ତୁ ଉଭୟ ମ୍ୟାଚରେ ଭଳ ପାଇଁ ସମସ୍ୟା ସାଜିଛି ମଧ୍ୟକ୍ରମରେ ବ୍ୟାଟିଂ ବିଭାଗ । ମଧ୍ୟକ୍ରମରେ ଦଳକୁ ସମ୍ଭାଳିବା ପାଇଁ କୌଣସି ଖେଳାଳି ସଫଳ ହୋଇନାହାନ୍ତି । ଏହି ସମୟରେ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟା ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କୁ ମନେ ପକାଇଛି ବିସିସିଆଇ । ତେଣୁ ଖୁବଶୀଘ୍ର ପୁଣିଥରେ ଦଳ ତାଙ୍କୁ ଫେରାଇ ଆଣିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ଟିମ ଇଣ୍ଡିଆର ମିଡିଲ ଅର୍ଡରରେ ବିରାଟ କୋହଲି, ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ପ୍ରମୁଖ ଦାୟିତ୍ୱରେ ରହିଛନ୍ତି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟରେ ଆଶାନୁରୂପ ପ୍ରଦର୍ଶନ କରିବାରେ ଫେଲ ମାରିଛି ରୋହିତ ବ୍ରିଗେଡ । ତେଣୁ ଏହି ସିରିଜ ପରେ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟା ରାହାଣେଙ୍କୁ ମନେ ପକାଇଛି ଭାରତର ଚୟନ କମିଟି । ତେବେ ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ପ୍ଲେଇଙ୍ଗ-୧୧ ସାଧାରଣତଃ ଚୟନ ହୋଇସାରିଛି । ତେବେ ଏକ ଚମତ୍କାର ପ୍ରଦର୍ଶନ ହିଁ ଉଭୟ ଖେଳାଳିଙ୍କ ପାଇଁ ଭାରତୀୟ ଦଳର ଦ୍ୱାର ଖୋଲିପାରିବ । ତେଣୁ ଏଥିପାଇଁ ଉଭୟଙ୍କୁ ଏହି ସୁଯୋଗ ଦେଇପାରେ ଆସନ୍ତା ରଣଜୀ ଟୁର୍ଣ୍ଣାମେଣ୍ଟ । ଆଜିଠାରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ପୁଣିଥରେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଆଶା ରଖିଛନ୍ତି ରାହାଣେ ଏବଂ ପୂଜାରା ।

ରଣଜୀ ଟ୍ରଫିରେ ଅଜିଙ୍କ୍ୟା ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଉପରେ ରହିବ ସମସ୍ତଙ୍କ ନଜର । କରାପ ପ୍ରଦର୍ଶନ ଯୋଗୁଁ ଉଭୟ ଭରସାଯୋଗ୍ୟ ଖେଳାଳି ହୋଇ ମଧ୍ୟ କିଛି ଦିନରୁ ଦଳରେ ସ୍ଥାନ ହରାଇଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିବା ସହ ଦମଦାର ପ୍ରଦର୍ଶନ କରି ପୁଣିଥରେ ଟିମ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିବା ପାଇଁ ଉଭୟଙ୍କ ଚେଷ୍ଟା ରହିବ । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଷ୍ଟାର ବ୍ୟାଟର ମୟଙ୍କ ଅଗ୍ରୱାଲ ମଧ୍ୟ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା କରିବେ । ଏହାବ୍ୟତୀତ ଅଭିମନ୍ୟୁ ଈଶ୍ୱରନ୍, ସରଫରାଜ ଖାନ ମଧ୍ୟ ସାମିଲ ରହିଛନ୍ତି ।

Get real time updates directly on you device, subscribe now.