fbpx

“ମେରା ଇନ୍ତକାମ ଦେଖେଗୀ”…. ଧୋକେବାଜ ପ୍ରେମିକଠାରୁ ନେଲେ ପ୍ରତିଶୋଧ, ଉପରୁ ମିଳିଲା ୮୩ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ନିଜ ଧୋକାବାଜ ପୂର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେବା ପାଇଁ ଅଜବ ଉପାୟ ପ୍ରୟୋଗ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଆମେରିକାର ଜଣେ ମହିଳା । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କୁ ଏଥିପାଇଁ ପୁରସ୍କାର ସ୍ୱରୂପ ଅନେକ ଟଙ୍କା ମଧ୍ୟ ମିଳିଛି । ଏଭା ଲୁଇସ ନାମକ ଜଣେ ମହିଳା ଏପରି କରିଥିବା ଜଣାପଡ଼ିଛି । ତେବେ ମହିଳା ଜଣଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଇନକମ ଟ୍ୟାକ୍ସ ଅଫିସରେ ତାଙ୍କ ବିରୋଧରେ ଅଭିଯୋଗ କରିଦେଇଥିବା ଜଣାପଡ଼ିଛି । ଏନେଇ ଏକ ଟିକ ଟକ ଭିଡିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏ ବାବଦରେ କହିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ ପ୍ରତିିଶୋଧ ନେବା ପାଇଁ ସେ ନିଜ ପୂର୍ବତନ ପ୍ରେମିକଙ୍କ ବିରୋଧରେ ଆନ୍ତରିକ ରାଜସ୍ୱ ସେବା ବା ଇନକମ ଟ୍ୟାକ୍ସ ଅଫିସରେ କର ଚୋରି କରୁଥିବା ଅଭିଯୋଗ କରିଥିଲେ । ତେବେ ଏହା ପରେ ବୟଫ୍ରେଣ୍ଡଙ୍କ ଆକାଉଣ୍ଟରେ ଯାଞ୍ଚ ହେବା ପରେ ସତ ସାମ୍ନାକୁ ଆସିଥିଲା । ତେବେ ଏହି ସୂଚନା ଦେଇଥିବା କାରଣରୁ ମହିଳାଙ୍କୁ ୧୦୦,୦୦୦ ଡଲାର ଅର୍ଥାତ ପ୍ରାୟ ୮୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା ।

ତେବେ ଏ ନେଇ ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣଙ୍କ କହିଛନ୍ତି ଯେ- ‘ସେ ମୋ’ ସହିତ ଥିବା ସମୟରେ କେବେ ମଧ୍ୟ ଟ୍ୟାକ୍ସ ଭରୁନଥିଲେ । ଏହା ପରେ ସେ ମତେ ଧୋକା ଦେଲେ । ତେଣୁ କିଛି ମାସ ପରେ ମୁଁ ଏ ବାବଦରେ ଆଇଆରଏସରେ ସୂଚନା ଦେଲି ଏବଂ ପୁରସ୍କାର ସ୍ୱରୂପ ଏତେ ଟଙ୍କା ପାଇଲି । କିନ୍ତୁ ସେ ବର୍ତ୍ତମାନ ଜେଲରେ ନିଜ ଅପରାଧ ପାଇଁ ଦଣ୍ଡ ଭୋଗୁଛି ।’
ତେବେ ତାଙ୍କର ଏପରି ପଦକ୍ଷେପକୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ତାଙ୍କର ଏହି ଭିଡିଓକୁ ଟିକଟକରେ ୩.୮ ମିଲିୟନରୁ ଅଧିକ ଥର ଦେଖାଯାଇଛି । ଏହା ସହିତ ମହିଳା ଜଣଙ୍କ ହ୍ୱିସଲବ୍ଲୋୟର ଆୱାର୍ଡ଼ ମଧ୍ୟ ହାସିଲ କରିଛନ୍ତି ।

Get real time updates directly on you device, subscribe now.