fbpx

(Video) ଫଟୋସୁଟ୍ ପାଇଁ ଡେଣା ମେଲାଇ ପୋଜ୍ ଦେଲା ‘ଶାଗୁଣା’; ଭିଡିଓ ଦେଖି ମୁଣ୍ଡରେ ହାତ ଦେଉଛନ୍ତି ଲୋକେ

ଓଡ଼ିଶା ଭାସ୍କର: ଏକ ଶାଗୁଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯଦି ଆମେ ଆପଣଙ୍କୁ କହିବୁ ଯେ ଏକ ଶାଗୁଣା ପିଞ୍ଜରାରୁ ବାହାରିବା ମାତ୍ରେ ଫଟୋସୁଟ୍ କରିବା ଆରମ୍ଭ କରିଥିଲା ତେବେ ଆପଣ ବିଶ୍ୱାସ କରିବେ କି? ଆମେ ମଧ୍ୟ କିଛି ସମୟ ପାଇଁ ବିଶ୍ୱାସ କରିନଥିଲୁ କିନ୍ତୁ ଏହି ଭିଡିଓ ଦେଖିବା ପରେ ସମସ୍ତ ଭ୍ରମ ଭାଙ୍ଗି ଯାଇଥିଲା । ଏହି ଭିଡିଓ କୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓରେ ଏକ ଶାଗୁଣାକୁ ପିଞ୍ଜରାରୁ ବାହର କରାଯାଉଛି । ପିଞ୍ଜରାରୁ ବାହାରିବା ମାତ୍ରେ ସେ ତାର ଡେଣା ମେଲାଉଛି । ତେବେ ଆପଣ ଏହି ଭିଡିଓକୁ ଧ୍ୟାନର ସହ ଦେଖିବେ ଯେ ଅନେକ ଫଟୋଗ୍ରାଫର ଶାଗୁଣାର ଫଟୋ ସୁଟ୍ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଶାଗୁଣାଟି ଫଟୋସୁଟ୍ କରିବା ଉଦ୍ଦେଶ୍ୟରେ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ଦେଖିବା ପରେ ଆମେ ବି ଅନୁଭବ କରିଥିଲୁ ଯେ ଶାଗୁଣାଟି ତାର ଡେଣା ମେଲାଇ ଫଟୋସୁଟ୍ କରୁଛି।

ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର ସେୟାର କରିଛନ୍ତି । ଏହି ଭିଡିଓକୁ ନେଇ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଜଣେ ୟୁଜର ଲେଖିଛନ୍ତି ଯେ ଯଦିଓ ଏହା ସେହି ଅର୍ଥରେ ନିଜର ସୌନ୍ଦର୍ଯ୍ୟ ଦେଖାଉନାହିଁ । ଏହା ଭୟଙ୍କର ଏବଂ ନିଜକୁ ବଡ଼ ଦେଖେଇବାକୁ ଚେଷ୍ଟା କରୁଛି କାରଣ ଏହା ଅନେକ ଲୋକଙ୍କ ଦ୍ୱାରା ଘେରି ରହିଛି ।

Get real time updates directly on you device, subscribe now.