WTC ଫାଇନାଲରୁ ଅଷ୍ଟ୍ରେଲିଆ ଆଉଟ୍! ପର୍ଥ ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲ ଟପରେ ଭାରତ, କଙ୍ଗାରୁ ତଳକୁ ଖସିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ୨୯୫ ରନରେ ପରାସ୍ତ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ପର୍ଥ ଟେଷ୍ଟରେ ପରାଜୟ ପରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ବିଜୟ ଭାରତକୁ ବଡ଼ ଫାଇଦା ଦେଇଥିବା ବେଳେ ପ୍ରତିପକ୍ଷ କଙ୍ଗାରୁକୁ ଦେଇଛି ବଡ଼ ଝଟକା । ଭାରତୀୟ ଟିମ୍ ବର୍ତ୍ତମାନ ସୁଦ୍ଧା ମୋଟ ୧୫ଟି ଟେଷ୍ଟରୁ ୯ଟିରେ ବିଜୟ, ୫ଟିରେ ପରାଜୟ ଓ ଗୋଟିଏ ଡ୍ର ସହ ୧୧୦ ଅଙ୍କ ହାସଲ କରିଛି । ଟିମ୍ ଇଣ୍ଡିଆର ଅଙ୍କର ପ୍ରତିଶତ ୬୧.୧୧ ରହିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ସିରିଜରେ ଆହୁରି ୪ଟି ମ୍ୟାଚ ବାକି ରହିଛ ।

ଅନ୍ୟପକ୍ଷରେ ଟପରେ ଥିବା ଅଷ୍ଟ୍ରେଲିଆ ଏବେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସି ଯାଇଛି । କଙ୍ଗାରୁ ଟଇମ୍ ୧୩ଟି ମ୍ୟାଚରୁ ୮ଟିରେ ବିଜୟ, ୪ଟିରେ ପରାଜୟ, ଗୋଟିଏ ଡ୍ର ସହ ୯୦ ଅଙ୍କ ହାସଲ କରିଛି । ତା’ର ଅଙ୍କର ପ୍ରତିଶତ ୫୭.୬୯ ରହିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କାର ଅଙ୍କର ପ୍ରତିଶତ ୫୫.୫୬ ରହିଛି । ସେହିପରି ଚତୁର୍ଥରେ ନ୍ୟୁଜିଲାଣ୍ଡ, ପଞ୍ଚମରେ ଦକ୍ଷିଣ ଆଫ୍ରିକା ଓ ଷଷ୍ଠ ସ୍ଥାନରେ ଇଂଲଣ୍ଡ ରହିଛନ୍ତି । ସପ୍ତମ, ଅଷ୍ଟମ ଓ ନବମ ସ୍ଥାନରେ ଯଥାକ୍ରମେ ପାକିସ୍ତାନ, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ରହିଛନ୍ତି ।

ଫାଇନାଲ ଖେଳିବାକୁ ହେଲେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଅବଶିଷ୍ଟ ମ୍ୟାଚ ଜିତିବାକୁ ପଡ଼ିବ । ଗୋଟିଏ ମୁକାବିଲା ଡ୍ର କରିବାକୁ ପଡ଼ିବ । ଯଦି ଭାରତୀୟ ଗୋଟିଏ ବି ମ୍ୟାଚରେ ପରାସ୍ତ ହୁଏ, ତେବେ ସେଥିପାଇଁ ତାକୁ ଅନ୍ୟ ଟିମ ଉପରେ ନିର୍ଭର କରିବାକୁ ପଡ଼ିବ । ଅଷ୍ଟ୍ରେଲିଆ ଯଦି ଭାରତ ନିକଟରୁ ଟେଷ୍ଟ ସିରିଜ୍ ହାରେ, ତେବେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ଟିମର ଅଙ୍କର ପ୍ରତିଶତ କଙ୍ଗାରୁ ଟିମର ପାଖାପାଖି ରହିଛି । ତେଣୁ ଏଭଳି ସ୍ଥିତିରେ ଡବ୍ଲ୍ୟୁଟିସି ଫାଇନାଲରୁ ଅଷ୍ଟ୍ରେଲିଆ ବିଦା ହେବାର ସମ୍ଭାବନା ରହିଛି ।