fbpx

ପାକିସ୍ତାନର ରେକର୍ଡ ଭାଙ୍ଗିବ ଟିମ ଇଣ୍ଡିଆ! ଶିଖର ଧୱନଙ୍କ ନେତୃତ୍ୱରେ ହେବକି ଏହି କମାଲ?

ନୂଆଦିଲ୍ଲୀ: ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ । ପ୍ରଥମ ମ୍ୟାଚରେ ବିଜୟ ସହ ସିରିଜର ଶୁଭାରମ୍ଭ କରିଛି ଶିଖର ସେନା । ତେବେ ଦ୍ୱିତୀୟ ମ୍ୟାଚ ରବିବାର ଖେଳାଯିବା ବେଳେ ଏହି ମ୍ୟାଚରେ ଇତିହାସ ରଚିବାର ରହିଛି ସୁବର୍ଣ୍ଣ ସୁଯୋଗ । ଦିନିକିଆ ସିରିଜର ସମସ୍ତ ମ୍ୟାଚ ପାର୍ଟ ଅଫ ସ୍ପେନର ଷ୍ଟାଡିୟକ୍ୱିନ୍ସ ପାର୍କ ଓଭାଲରେ ଖେଳାଯିବ ।

ରବିବାରର ଏହି ଦ୍ୱିତୀୟ ଦିନିକିଆ ମ୍ୟାଚରେ ପାକିସ୍ତାନକୁ କଡା ଜବାବ ଦେବ ଭାରତ ବ୍ରିଗେଡ । ପାକିସ୍ତାନର ଏକ ବଡ ରେକର୍ଡକୁ ଭାଙ୍ଗି ନିଜ ନାମରେ କରିବ ମେନ ଇନ ବ୍ଲୁ । ତେବେ ଯଦି ଏହି ମ୍ୟାଚରେ ବିଜୟ ହାସଲ କରେ ଭାରତ ଏହି ରେକର୍ହ ଭାଙ୍ଗିବାରେ ସଫଳ ହୋଇପାରିବ । କୌଣସି ଦେଶ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଲଗାତାର ଭାବେ ସବୁଠୁ ଅଧିକ ସିରିଜ ବିଜୟ ହାସଲ କରିବାରେ ରେକର୍ହ କରିବ ଟିମ ଇଣ୍ଡିଆ । ଏହି ସିରିଜ ନିଜ ନାମରେ କରିବାରେ ଯଦି ଭାରତ ସଫଳ ହେବ, ତେବେ ଏହା ୱେଷ୍ଟଇଣ୍ଡିଜ ବିପକ୍ଷରେ ଦଳର ଦ୍ୱାଦଶ ସିରିଜ ବିଜୟ ହେବ । ଫଳରେ ଭାରତ କୌଣସି ଦେଶ ବିରୋଧରେ ଲଗାତାର ସବୁଠୁ ଅଧିକ ମ୍ୟାଚ ଜିତିବାରେ ନୂଆ ରେକର୍ଡ ସୃଷ୍ଟି କରିବ ।

ସୂଚନା ଥାଉ କି, ଭାରତ ଏବଂ ପାକିସ୍ତାନ ଉଭୟ ଏବେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ୧୧ଟି ଦିନିକିଆ ସିରିଜ ହାତେଇଥିବା ବେଳେ ପାକିସ୍ତାନ ମଧ୍ୟ ଜିମ୍ବାୱେ ବିପକ୍ଷରେ ୧୧ଟି ସିରିଜ ଲଗାତାର ବିଜୟୀ ହେବାରେ ସଫଳ ହୋଇ ପାରିଛି । ତେବେ ଶେଷ ଥର ପାଇଁ ୨୦୦୬ରେ ଭାରତକୁ ୱେଷ୍ଟଇଣ୍ଡିଜ କୌଣସି ଦିନିକିଆ ସିରିଜ ହରାଇବାରେ ସଫଳ ହୋଇଥିଲା । ଏହାପରେ ୨୦୦୭ ପୁଣିଥରେ ଆରମ୍ଭ ହୋଇଥିଲା ଭାରତର ବିଜୟଧାରା ।

ସେପଟେ କମଜୋର ଟିମ କୁହାଯାଉଥିବା ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଏହି ରେକର୍ଡ ରଚିଛି । ତେବେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୧୪ଟି ଯାକ ସିରିଜରୁ କୌଣସି ସିରିଜରେ ବି ବିଜୟ ହାସଲ କରି ପାରିନି ଜିମ୍ବାୱେ । କିନ୍ତୁ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ସିରିଜ ଡ୍ର ରହିଥିଲା । ଏହାପରେ ପାକିସ୍ତାନ ୧୧ଟି ସିରିଜରେ ଲଗାତାର ବିଜୟ ହାସଲ କରିଛି ।

• ୧୧ ଥର ୱେଷ୍ଟଇଣ୍ଡିଜକୁ ହରାଇଛି ଭାରତ

• ୧୧ଥର ଜିମ୍ବାୱେକୁ ହରାଇଛି ପାକିସ୍ତାନ

• ୧୦ ଥର ୱେଷ୍ଟଇଣ୍ଡିଜକୁ ହରାଇଛି ପାକିସ୍ତାନ

• ୯ ଥର ଜିମ୍ବାୱେକୁ ହରାଇଛି ସାଉଥ ଆଫ୍ରିକା

• ୯ ଥର ଶ୍ରୀଲଙ୍କାକୁ ହରାଇଛି ଭାରତ

Get real time updates directly on you device, subscribe now.