fbpx
BJD SKY
BJD SKY

ନେଦରଲାଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ: ସେମିଫାଇନାଲ ପାଇଁ ବଢାଇଲା ଆଉ ଏକ ପାଦ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ନେଦରଲାଣ୍ଡକୁ ମାତ ଦେଇଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ଏବେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ପକାଇଛି ରୋହିତ ସେନା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂକୁ ସାମନା କରି ନପାରି ଶେଷରେ ପରାଜୟ ବରଣ କରିଛଇ ନେଦରରଲାଣ୍ଡ । ଏହି ମ୍ୟାଚକୁ ୫୬ ରନରେ ବିଜୟ ହାସଲ କରିଛି ମେନ ଇନ ବ୍ଲୁ ।

ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡକୁ ୧୮୦ ରନର ଟାର୍ଗେଟ ଦେଇଥିଲା ଭାରତ । ତେବେ ଏହାର ପିଛା କରି ୫୬ ରନ ପଛରେ ରହିଯାଇଛି ନେଦରଲାଣ୍ଡ । ୨୦ ଓଭରୋର ୯ ୱିକେଟ ହରାଇ ମାତ୍ର ୧୨୩ ରନ କରିବାରେ ଦଳ ସଫଳ ହୋଇଛି । ଭାରତର ବୋଲରମାନଙ୍କ ଯାଦୁ ଆଗରେ ତିଷ୍ଠି ପାରିନାହାନ୍ତି ନେଦରଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ । ଫଳରେ ଏହି ମ୍ୟାଚରେ ଭାରତ ନିଜର ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ନେଦରଲାଣ୍ଡ ପକ୍ଷରୁ ଟିମ ପ୍ରିଙ୍ଗଲ ସର୍ବାଦିକ ୨୦ ରନ ସଂଗ୍ରହ କରିପାରିଛନ୍ତି । ତାଙ୍କ ବ୍ୟତୀତ କୋଲିନ ଆକରମାନ ୧୭ ରନ କରିଥିଲେ । କିନ୍ତୁ ବାକି ଖେଳାଳିମାନେ ଭାରତୀୟ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଦେଖାଯାଇଛି । ଏକ ବଡ ପାର୍ଟନରସିପ ଗଢିବାରେ ସଫଳ ହୋଇପାରିନଥିଲା ନେଦରଲାଣ୍ଡ ।

ପ୍ରଥମ ଇନିଂସରେ ଜବରଦସ୍ତ ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ବୋଲିଂରେ ମଧ୍ୟ ଧମାକା କରିଛି ଟିମ ଇଣ୍ଡିଆ । ପ୍ରଥମରୁ ହିଁ ନେଦରଲାଣ୍ଡର ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ଭୁବନେଶ୍ୱର ଏବଂ ଅର୍ଶଦୀପ । ପ୍ରଥମ ଓଭର ମେଡେନ ପକାଇବା ପରେ ୱିକେଟ ନେଇ ନେଦରଲାଣ୍ଡକୁ ବ୍ୟାକଫୁଟରେ ପକାଇ ଦେଇଥିଲେ ଟିମ ଇଣ୍ଡିଆର ବୋଲର । ଏହି ମ୍ୟାଚରେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ବୋଲର ଭାବେ ସଫଳତା ହାସଲ କରିପାରିନଥିଲେ ।

ତେବେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଦୁଇ ଦୁଇଟି ଶିକାର କରିଥିବା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏବଂ ଅକ୍ସର ପଟେଲ ମଧ୍ୟ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ଶାମୀ ମଧ୍ୟ ଗୋଟିଏ ସଫଳତା ନିଜ ନାମରେ କରିଛନ୍ତି । ଫଳରେ ଏହି ମ୍ୟାଚକୁ ୫୬ ରନରେ ଏକ ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ତେବେ ଏହି ବିଜୟ ସହ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ।

Get real time updates directly on you device, subscribe now.