fbpx
BSKY
BJD SHG SKY
BJD YOUTH SKY

ଭାରତକୁ ୧୭ ରନ୍‌ରେ ହରାଇଲା ଇଂଲଣ୍ଡ, ଫିକା ପଡିଲା ସୂର୍ଯ୍ୟକୁମାରଙ୍କ ଦମଦାର ଶତକ

ଇଂଲଣ୍ଡ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୫ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୧୯୮ ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ୧୧୭ ରନର ଇନିଂସର ପାଣିରେ ପଡିଛି। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ।

୨୧୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଖରାପ ଆରମ୍ଭରେ କରିଥିଲା। ଋଷଭ ପନ୍ତ (୧), ବିରାଟ କୋହଲି (୧୧), ଅଧିନାୟକ ରୋହିତ ଶର୍ମା (୧୧) ଏବଂ ଦୀନେଶ କାର୍ତ୍ତିକ (୬) ଶୀଘ୍ର ପାଭିଲିୟନକୁ ଫେରିଥିଲେ। ତେବେ ଏହା ପରେ ସୁର୍ଯ୍ୟକୁମାର ଚତୁର୍ଥ ନମ୍ବରରେ ଆସି ମାତ୍ର ୪୮ ବଲରେ ଶତକ ହାସଲ କରିଥିଲେ। ଟି -20 ଓ ରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ହୋଇପାରିଛନ୍ତି। ଚତୁର୍ଥ ନମ୍ବରରେ ଶତକ ହାସଲ କରିଥିବା କେ.ଏଲ୍ ରାହୁଲଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୧୪ ଚୌକା ଏବଂ ଛଅ ଛକା ସହାୟତାରେ ୫୫ ବଲରେ ୧୧୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଶ୍ରେୟସ୍ ୨୮ ରନ୍ ସଂଗ୍ରହ କରିଥିଲେ।

Get real time updates directly on you device, subscribe now.