fbpx
BJD SKY
BJD SKY

(Video) ଅଟୋ ରିକ୍ସାରେ ବସିଥିଲେ ୨୭ ଯାତ୍ରୀ ! ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଳୀ: ସାଧାରଣତଃ ଏକ ଅଟୋରେ ହୁଏତ ୩ କିମ୍ବା ୪ ଜଣ ଯାତ୍ରୀ ଯାଇପାରିବେ । କିନ୍ତୁ କ’ଣ ଆପଣ ବିଶ୍ୱାସ କରିବେ କେବେ ଅଟୋରେ ଏହାଠାରୁ ଅଧିକ ଲୋକ ଯାଇପାରିବେ ବୋଲି । ଆଜ୍ଞା ହଁ, ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ଗୋଟିଏ ଅଟୋରେ ଜଣେ କି’ ଦୁଇଜଣ ନୁହେଁ ବରଂ ପୂରା ୨୭ ଯାତ୍ରୀ ବସିଥିଲେ । ଆଉ ଅଟୋ ବି ଚାଲୁଥିଲା ଦ୍ରୃତ ଗତିରେ । ଖାଲି ସେତିକି ନୁହେଁ ଏହି ଘଟଣା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଘଟଣାଟି ୟୁପିର, ରବିବାର ବକରୀଦ ଅବସରରେ ଏକ ଅଟୋରେ ଖୁନ୍ଦା ଖୁନ୍ଦିି ହୋଇ କିଛି ଲୋକ ନମାଜ ପଢ଼ିବାକୁ ବିନ୍ଦକୀ ଯାଉଥିଲେ । ଏମାନେ ସମସ୍ତେ ମହରହା ଅଞ୍ଚଳର ବୋଲି କୁହାଯାଉଛି । ସୂଚନା ଅନୂଯାୟୀ ବିନ୍ଦକୀ କୋତୱାଲୀ ଅଞ୍ଚଳର ଲଲୌଲୀ ଠାରେ ପୋଲିସକର୍ମୀଙ୍କ ନଜର ଯେତେବେଳେ ଅଟୋ ଉପରେ ପଡ଼ିଥିଲା ସେ ଅଟୋକୁ ଅଟକାଇଥିଲେ । କିନ୍ତୁ ଅଟୋ ଡ୍ରାଇଭର ଦ୍ରୃତ ଗତିରେ ଅଟୋ ନେଇ ପଳାଇଥିଲା । ପୋଲିସ ଅଟୋକୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା ଏବଂ ସବୁ ଯାତ୍ରୀଙ୍କୁ ଓହ୍ଲାଇଥିଲେ ।

ଯେମିତି ଅଟୋ ଯାତ୍ରୀଙ୍କୁ ଓହ୍ଲାଇବାକୁ ଲାଗିଥିଲେ ପୋଲିସ ଗଣିବା ଆରମ୍ଭ କରିଦେଇଥିଲେ । ଅଟୋରେ ଜଣେ କି ଦୁଇ ଜଣ ନୁହେଁ ବରଂ ୨୭ ଜଣ ବସିଥିଲେ । ଅଟୋରେ ଯେଉଁଠି ଚାରି ଜଣ ବସିବା ସହଜ ହୋଇନଥାଏ ସେଠି ୨୭ ବସିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୋଲିସକର୍ମୀଙ୍କ ସହ ସାଧାରଣ ଜନତା । ଅଟୋରେ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ଭର୍ତ୍ତି ହୋଇଥିଲେ । ପୋଲିସ୍ ମଧ୍ୟରେ ଆଶ୍ଚର୍ଯ୍ୟ ଯେ ଏତେ ଲୋକ ଅଟୋରେ ବସିଲେ କିପରି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ଅଟୋକୁ ସିଜ୍ କରିଥିଲା । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.