fbpx
BJD SKY
BJD SKY

କ୍ରିକେଟରୁ ବିଦାୟ ନେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର: ଅବସର ବେଳେ ଆଣିଲେ ଅଭିଯୋଗ…

BJD

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ଭାରତୀୟ ଦଳର ଜଣେ ଷ୍ଟାର ଖେଳାଳି କ୍ରିକେଟର ସବୁ ଫର୍ମାଟରୁ ଅଚାନକ ଭାବରେ ଅବସର ଘୋଷଣା କରିଛନ୍ତି । ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ ବର୍ତ୍ତମାନ କ୍ରିକେଟରୁ ବିଦାୟ ନେଇଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ । ରଣଜୀ ଟ୍ରଫିରେ ବିହାର ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି ମନୋଜ । ତେବେ ଅବସର ଘୋଷଣା ପରେ ତାଙ୍କର ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ନିଜର ଇଣ୍ଟରନେସନାଲ କ୍ୟାରିୟରକୁ ନେଇ ମନୋଜ ତିୱାରୀ ଭାରତର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ରଖିଛନ୍ତି । ସେ କହିଛନ୍ତି ଯେ, ତତ୍କାଳୀନ ଅଧିନାୟକ ଧୋନୀଙ୍କୁ ସେ ପଚାରିବାକୁ ଚାହୁଁଛନ୍ତି ଯେ, ଶତକ ହାସଲ କରିବା ପରେ ମଧ୍ୟ ତାଙ୍କୁ କାହିଁକି ଦଳରୁ ବାଦ୍ ଦିଆଯାଇଥିଲା? ଚେନ୍ନାଇରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମାଚରେ ୧୦୪ ରନ୍ କରି ଅପରାଜିତ ରହିଥିଲେ ମନୋଜ, ତେଣୁ ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ୬ଟି ମ୍ୟାଚ ପରେ ଜିମ୍ବାୱେ ବିପକ୍ଷ ସିରିଜରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା ।

ଏହାପରେ ସେ କହିଛନ୍ତି ଯେ, ମୋତେ ଯେବେ ବି ସୁଯୋଗ ମିଳିବ ମୁଁ ଧୋନୀଙ୍କ ମୁହଁରୁ ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ଜାଣିବାକୁ ଚାହିଁବି । ରନ୍ କରିବା ପରେ ମଧ୍ୟ ମୋତେ ଦଳରୁ କାହିଁକି ବାଦ୍ ଦିଆଯାଇଥିଲା ବୋଲି ଧୋନୀଙ୍କୁ ପଚାରିବାକୁ ଚାହୁଁଥିବା ମନୋଜ ପ୍ରକାଶ କରିଛନ୍ତି । ଏହାପରେ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ କୌଣସି ବ୍ୟାଟର ରନ୍ କରି ପାରି ନଥିଲେ । ବିରାଟ କୋହଲି, ରୋହିତ ଶର୍ମା ଏବଂ ସୁରେଶ ରାଇନାଙ୍କ ଭଳି ବ୍ୟାଟର ଏହି ସିରିଜରେ ଫ୍ଲପ ହୋଇଥିବା ବେଳେ କେବଳ ମୋତେ ଦଳରୁ କାହିଁକି ବାଦ୍ ଦିଆ ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଭାରତର ଷ୍ଟାର କ୍ରିକେଟର ମନୋଜ ତିୱାରୀ ।

Get real time updates directly on you device, subscribe now.