fbpx
BJD SKY
BJD SKY

ଅଚାନକ କ୍ରିକେଟରୁ ବିଦାୟ ନେଲେ ଷ୍ଟାର ଅଲରାଉଣ୍ଡର: ସୋସିଆଲ ମିଡିଆରେ କଲେ ପୋଷ୍ଟ

BJD

ନୂଆଦିଲ୍ଲୀ: ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ସୋସିଆଲ ମିଡିଆରେ ଏକ ଛୋଟ ପୋଷ୍ଟ କରି ସେ ହଠାତ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଇମୋସନାଲ ପୋଷ୍ଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ବିଶ୍ୱକପ ପରେ ପରେ ସେ ଅଚାନକ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରି ଦେଇଛି । କ୍ରିକେଟ କ୍ୟାରିୟରରେ ସପୋର୍ଟ କରିଥିବା ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ କ୍ରିକେଟ ଜଗତରୁ ସେ ବିଦାୟ ନେଇଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ । ଦୀର୍ଘ ଦିନରୁ ଦଳରେ ସ୍ଥାନ ମିଳୁ ନଥିବାରୁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ ନଥିଲା । ତେବେ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ପାକିସ୍ତାନ ଟିମରେ ସ୍ତାନ ମିଳି ନଥିଲା । ତେଣୁ ବିଶ୍ୱକପ ସରିବା ମାତ୍ରେ କ୍ରିକେଟରୁ ବିଦାୟ ନେଇଛନ୍ତି ଇମାଦ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, “କିଛି ଦିନରୁ ମୋ ଅନ୍ତର୍ଜାତୀୟ କ୍ରିକେଟକୁ ନେଇ ଚିନ୍ତା କରୁଥିଲି । କିନ୍ତୁ ବର୍ତ୍ତମାନ କ୍ରିକେଟରୁ ଅବସର ନେବାର ଉଚିତ ସମୟ ବୋଲି ମୋତେ ଅନୁଭବ ହେଉଛି । ପ୍ରକିସ୍ତାନ କ୍ରିକେଟ ବୋର୍ଡ ତରଫରୁ ମୋତେ ମୋ କ୍ରିକେଟ କ୍ୟାରିୟରରେ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ପାକିସ୍ତାନ ଦଳର ପ୍ରତିନିଧିତ୍ୱ କରିବା ପ୍ରକୃତରେ ସମ୍ମାନଜନକ ବିଷୟ । ପାକିସ୍ତାନ ତରଫରୁ ଇମାଦ ୱାସିମ ୧୨୧ଟି ଟି-୨୦ ମ୍ୟାଚ ଖେଳିବା ମୋ ପାଇଁ ସ୍ୱପ୍ନ ସତ ହେବା ଭଳି ଘଟଣା ।”

ପାକିସ୍ତାନ ପକ୍ଷରୁ ଇମାଦ ୫୫ଟି ଦିନିକିଆ କେଳିତିବା ବେଳେ ୫ ଅର୍ଦ୍ଧଶତକ ସହ ୯୮୬ ରନ୍ ଏବଂ ୪୪ ୱିକେଟ ହାସଲ କରିଛନ୍ତି । ସେହିପରି ଟି-୨୦ କ୍ୟାରିୟରରେ ମୋଟ ୬୬ଟି ମ୍ୟାଚରୁ ୪୮୬ ରନ୍ ସହିତ ୬୫ଟି ୱିକେଟ ନିଜ ନାମରେ କରିଛନ୍ତି ଇମାଦ ୱାସିମ । ତେବେ ପାକିସ୍ତାନ ଟେଷ୍ଟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇନାହାନ୍ତି ଅଲରାଉଣ୍ଡର ଇମାଦ ୱାସିମ ।

Get real time updates directly on you device, subscribe now.