fbpx
BJD
BJD SKY
BJD SKY

କର୍ମଚାରୀଙ୍କୁ ରିଲାକ୍ସ ଓ ରିଚାର୍ଜ କରିବା ଲାଗି କମ୍ପାନୀ ଦେଲା ଲଗାତର ୯ ଦିନ ଛୁଟି, ମଉଜ ମସ୍ତୀ କରିବେ ଓ ଦରମା ବି ପାଇବେ

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି କେଉଁ କମ୍ପାନୀ ଦାମୀ ଉପହାର କିମ୍ବା ମଝିରେ ମଝିରେ ଫେଷ୍ଟିଭାଲ୍ ସମୟରେ ଉପହାର ଦେବା କଥା ଆପଣ ଜାଣିଥିବେ । କିନ୍ତୁ ଏବେ କର୍ମଚାରୀଙ୍କୁ ଖୁସି ରଖିବା ଲାଗି ବିଭିନ୍ନ କମ୍ପାନୀ ନୂଆ ତରିକା ଆପଣାଉଛନ୍ତି । ୱାର୍କ କଲଚର ଓ ଅଫିସର ପରିବେଶକୁ ବଦଳାଇବା ଲାଗି ଏବେ କମ୍ପାନୀମାନେ ବିଭିନ୍ନ ନୂଆ ନୂଆ ପଦ୍ଧତିକୁ ନେଇ ପରୀକ୍ଷଣ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଆମେରିକାର ଟେକ୍ କମ୍ପାନୀ ହ୍ୟାକରର୍ୟାଙ୍କ ନିଜ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ଲାଗି ଏକ ସଙ୍ଗେ ସମସ୍ତ କର୍ମଚାରୀଙ୍କୁ ଛୁଟୀ ପ୍ରଦାନ କରିଛି ।

ଏହି ଛୁଟୀ ଦିନେ କି ଦୁଇ ଦିନ ନୁହେଁ ପୁରା ୯ ଦିନ ଲାଗି ପ୍ରଦାନ କରାଯାଇଛି । ଏହି ସମୟରେ କୌଣସି କର୍ମଚାରୀଙ୍କ ଦରମା କଟିବ ନାହିଁ । ଏହାର ଅର୍ଥ କର୍ମଚାରୀ ଛୁଟୀରେ ମଉଜ ମସ୍ତୀ କରିବେ ଓ ଦରମା ବି ପାଇବେ । ଗୋଟିଏ ପଟେ ଯେଉଁଠି ବଡ ବଡ ଟେକ୍ କମ୍ପାନୀ ଧଡାଧଡ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ସେଠିି ହ୍ୟାକରର୍ୟାଙ୍କ କମ୍ପାନୀର ଏପରି ପ୍ରୟାସକୁ ନେଇ ଏବେ ସୋସିଆଲ୍ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି । ହ୍ୟାକରର୍ୟାଙ୍କ ଏକ ଟେକ୍ ହାୟାରିଂ ପ୍ଲାଟଫର୍ମ । କମ୍ପାନୀର ଲିଙ୍କଡ୍ ଇନ୍ ବାୟୋରେ ଉଲ୍ଲେଖ ରହିଛି ଯେ, ଏହା ସାରା ବିଶ୍ୱରେ ୩,୦୦୦ କମ୍ପାନୀଙ୍କୁ ଡେଭଲପର୍ ସ୍କିଲ ଉପଲବ୍ଧ କରାଇଥାଏ ।

କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ୧ଜୁଲାଇରୁ ୯ ଜୁଲାଇ ପର୍ଯ୍ୟନ୍ତ ଛୁଟୀ ପ୍ରଦାନ କରିଛି । କମ୍ପାନୀ କହିଛି କର୍ମଚାରୀଙ୍କୁ ରିଲାକ୍ସ ଓ ରିଚାର୍ଜ କରିବା ଲାଗି ଏହି ସର୍ଟ ବ୍ରେକ୍ ଦିଆଯାଇଛି । କର୍ମଚାରୀ ଏହି ଅବଧିରେ କାମ ସହ ସମ୍ବନ୍ଧିତ କୌଣସି ଇମେଲ୍ କିମ୍ବା ଫୋନ୍ କଲ୍ ର ଜବାବ ଦେବାକୁ ବାଧ୍ୟ ନୁହଁନ୍ତି ।

Get real time updates directly on you device, subscribe now.