fbpx

ଟେକ୍ ମହିନ୍ଦ୍ରା ବିପିଓର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ସୁଧିରିବ ବେକାରୀ ସମସ୍ୟା

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଟେକ୍ ମହିନ୍ଦ୍ରା BPOର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫରଚ୍ୟୁନ୍ ଟାୱାରରେ ଖୋଲିଛି ଅନ୍ତର୍ଜାତୀୟ ସ୍ତରର BPO । ଏହା ଦ୍ୱାରା ଅନେକ ଯୁବପିଢିମାନଙ୍କୁ ଚାକିରିର ସୁବିଧା ସୁଯୋଗ ମିଳିପାରିବ । ଓଡିଶାର ବେକାରୀ ସମସ୍ୟାରେ କିଛିଟା ସୁଧାର ମଧ୍ୟ ଆସିପାରେ । ଏଥିରେ ଅନ୍ତର୍ଜାତୀୟ ଗ୍ରାହକଙ୍କୁ ସେବା ଦେବ ଟେକ୍ ମହିନ୍ଦ୍ରା ।

ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କୁ ଚାକିରୀ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୫୦୦ ଜଣ ଚାକିରୀ ପାଇବେ । ଏନେଇ ସୂଚନା ଦେଇଛନ୍ତି ଟେକ୍ ମହିନ୍ଦ୍ରା ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସି.ପି. ଗୁରନାନି ।

Get real time updates directly on you device, subscribe now.