ପହଲଗାମ୍ ହମଲାରେ ସାହସିକତା ଦେଖାଇଲେ ୨ ନାବାଳିକା, ନ ଡରି ପର୍ଯ୍ୟଟକଙ୍କୁ ନିଜ ଘରେ ଦେଲେ ଆଶ୍ରୟ
ସାହସୀ ନାବାଳିକା । ଆତଙ୍କବାଦୀଙ୍କ ସହ କଲେ ମୁକାବିଲା ।
ଶ୍ରୀନଗର: ପହଲଗାମ୍ ଆତଙ୍କବରଦୀ ଆକ୍ରମଣର ଦୃଶ୍ୟ ପ୍ରତ୍ୟେକ ଭାରତୀୟ ମନରେ ଛପିଯାଇଛି । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ଆତଙ୍କବାଦୀଙ୍କଠାରୁ ଏହାର ବଦଲା ନେବା ପାଇଁ ସୁଯୋଗ ଖୋଜୁଛନ୍ତି ।
ହେଲେ ଏ ଭିତରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥିବା କଶ୍ମୀରୀ ଲୋକଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବାରେ ଲାଗିଛି ।
ଏବେ ୨ ଭଉଣୀ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ୨୨ ତାରିଖ ଦିନ ଅନେକ ପର୍ଯ୍ୟଟକଙ୍କ ପାଇଁ ରକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଆତଙ୍କବାଦୀମାନେ ଯେତେବେଳେ ଲଗାତର ଗୁଳି ମାଡ଼ କରିଚାଲିଥଇଲେ, ସେତେବେଳେ ଲୋକମାନେ ଜୀବନବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ ।
ଠିକ୍ ଏତିକି ବେଳେ ପର୍ଯ୍ୟଟକଙ୍କୁ ଆଶ୍ରୟ ଦେଲେ ଏହି ୨ ନାବାଳିକା ଭଉଣୀ । ରୁବିନା (୧୪) ମୁମତାଜା(୧୬)ତାଙ୍କ କାଦୁଅ ଲିପା ଘରେ ପର୍ଯ୍ୟଟକଙ୍କୁ ଆଶ୍ରୟ ଦେଇଥିଲେ ।
ମୁମତାଜ ପର୍ଯ୍ୟଟକଙ୍କ ସାଙ୍ଗରେ ଥିବା ଛୋଟ ପିଲାଙ୍କୁ ସୁରକ୍ଷିତ ଭାବେ ନିଜ ସହ ଲୁଚାଇଥିବାବେଳେ ରୁବିନା ଚେନ୍ନାଇର ଏକ କପୁଲକୁ ଆଶ୍ରୟ ଦେବା ସହ ଅନେକ ପର୍ଯ୍ୟଟକଙ୍କୁ ଗାଇଡ୍ ମଧ୍ୟ କରିଥିଲେ ।
ସୁରକ୍ଷିତ ଭାବେ ପର୍ଯ୍ୟଯକଙ୍କୁ ଆଶ୍ରୟ ଦେବା ପରେ ଆତଙ୍କବାଦୀମାନେ ଚାଲିଯିବା ପରେ ସେମାନେ ହୋଟେଲକୁ ଫେରିଯାଇଥିଲେ । ଗତ ୨୨ ତାରିଖରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବାବେଳେ ଗୁରୁତର ଅବସ୍ଥାରେ ଏବେ ବି ଅନେକ ଚିକିତ୍ସିତ ହେଉଛନ୍ତି ।