fbpx

ଅଫିସ ଭିତରେ ତହସିଲଦାରଙ୍କୁ ମାଡ଼: ଚାଷ ଜମିରେ ଇଟାଭାଟିକୁ ନେଇ ରହିଥିଲା ଅସନ୍ତୋଷ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ହାତାହାତି । ତହସିଲଦାର ଦିଲୀପ ଦିଲ୍ଲୀପ ସେଠୀଙ୍କ ସହ ପ୍ରଥମେ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ କଥା କଟାକଟି ପରେ ଠେଲାପେଲା ହୋଇଥିଲା ଆଉ ଏଥିରେ ଉତକ୍ଷିପ୍ତ ହୋଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଅନ୍ୟ ଜଣେ ସହଯୋଗୀଙ୍କ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଗାଳିଗୁଲଜ ସହ ମାଡ଼ କାରିଥିଲେ । ଦିଲୀପ ସେଠୀଙ୍କୁ ବିଧା, ଗୋଇଠା ମାରିଥିବା ସୂଚନା । ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା  ।

ସୂଚନା ଅନୁଯାୟୀ ତହସିଲଦାରଙ୍କୁ ଚାଷ ଜମିରେ ବେଆଇନ ଇଟାଭାଟିକୁ ନେଇ ଅସନ୍ତୋଷରୁ ମାଡ଼ ମାରାଯାଇଛି । କଣିପାଳ ଗାଁରେ ଚାଷଜମିରେ ଇଟାଭାଟିକୁ ନେଇ ଅସନ୍ତୋଷ ଥିଲା, ଇଟାଭାଟିକୁ ବିରୋଧ କରି ଗାଁର କିଛି ଚାଷୀ ଧାରଣା ଦେଇଥିଲେ । ହେଲେ ଚାଷୀଙ୍କ ଧାରଣା ସତ୍ତେ୍ୱ ତହସିଲଦାର କିଛି ଶୁଣିନଥିବା ଅଭିଯୋଗ କରିଥିଲେ  । ଏହି ଘଟଣାକୁ ନେଇ ଆଜି ସଂପୃକ୍ତ ୨ ଜଣ ପିଟିଥିଲେ ।

Get real time updates directly on you device, subscribe now.