fbpx

ତେଜସ୍ୱୀର ଯାଦବଙ୍କ ବଡ ଘୋଷଣା: ୧୦ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ପାଟନା,୨୭ ।୯: ବିହାରରେ ନିର୍ବାଚନ ବିଗୁଲ ବାଜିସାରିବା ପରେ ରାଜନୈତିନ ଦଳ ପରସ୍ପର ଉପରେ ଆକ୍ରମଣ କରିବାକୁ ସଜବାଜ ହେବାରେ ଲାଗିଛନ୍ତି । ଏହି ସମ୍ରରେ ବିରୋଧର ଦଳର ନେତା ତେଜସ୍ୱୀ ଯାଦବ ଆଜି ବିହାରର ଯୁବକ ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ କହିଛନ୍ତି ଯେ, ‘ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ବେରୋଜଗାରର ହିତକୁ ନେଇ କ୍ୟାବିନେଟ ବୈଠକ ହେବ ଓ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦିଆଯିବ ।’

ବିହାର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ଦର୍ଶାଇ ତେଜସ୍ୱୀ ଯାଦବ ଏହା କହିଛନ୍ତି । ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ବେରୋଜଗାରୀଙ୍କୁ ନିଜ ସହ ଯୋଡିବା ଆରମ୍ଭ କରିଥିବା ଅଭିଯାନ ଏକ ବଡ଼ ସଫଳତା ପ୍ରମାଣିତ କରିଛି । ସେ କହିଛନ୍ତି ଯେ ସରକାର ଗଠନ ହେବାର ଖୁବ ଶୀଘ୍ର ଆମେ ୧୦ ଲକ୍ଷ ସରକାରୀ ଚାକିରି ପାଇଁ ନିଯୁକ୍ତି ଉପରେ ନିଷ୍ପତ୍ତି ନେବୁ ।

Get real time updates directly on you device, subscribe now.