fbpx

ତେଲେଙ୍ଗାନା ରାଜ୍ୟପାଳଙ୍କ ଇସ୍ତଫା, ଲଢିବେ କି ନିର୍ବାଚନ ?

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀ ଉପରାଜ୍ୟପାଳ ଅତିରିକ୍ତ ଦାୟିତ୍ୱ ବି ରହିଛି । କୁହାଯାଉଛି କି ନିର୍ବାଚନୀ ରାଜନୀତିରେ ପୁଣି ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୁନ୍ଦରରାଜନ ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ମୁଖ୍ୟ ଥିଲେ । ସେପ୍ଟେମ୍ବର ୨୦୧୯ରେ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା ।

ଏହା ବ୍ୟତିତ କିରଣ ବେଦୀଙ୍କୁ ହଟାଯିବା ପରେ ତାଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ସୁନ୍ଦରରାଜନ ତାମିଲନାଡୁ ବିଜେପିର ପୂର୍ବତନ ଅଧ୍ୟକ୍ଷ ଥିଲେ । ତେବେ ଲୋକସଭା ନିର୍ବାଚନ ୨୦୨୪ରେ ସେ ତାମିଲନାଡୁରୁ ଲଢିବାର ସମ୍ଭାବନା ରହିଛି । ଆଶା କରାଯାଉଛି କି ବିଜେପି ପକ୍ଷରୁ ଜାରି ହେବାକୁ ଥିବା ୩ୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ଆସିପାରେ ।
ସୁନ୍ଦରରାଜନ ସୋମବାର ସକାଳେ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରଭାବଶାଳୀ ନାଗର ସମୁଦାୟରୁ ଆସିଥିବା ସୁନ୍ଦରରାଜନ ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେର କାନିମୋଝିଙ୍କ ଠାରୁ ଥୁଥୁକୁଡୀ ଆସନରୁ ବହୁ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଏବେ ତାଙ୍କୁ ପୁଣି ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛି ।

Get real time updates directly on you device, subscribe now.