fbpx

ଲୋକସଭା ନିର୍ବାଚନ ୨୦୨୪: ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା BSP, ଜାଣନ୍ତୁ କାହାକୁ ମିଳିଲା ଟକେଟ୍

ପାଟନା: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି(BSP) ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶରେ ୪ଟି ଅସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବର୍ତ୍ତମାନ ଦଳ ମୋଟ୍ ୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ପକ୍ଷରୁ କାନପୁର, କାନପୁର, ଅକବରପୁର ଏବଂ ବାଗପତ୍ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଲୋକସଭା ନିର୍ବାଚନ ପାଇଁ BSP ପଶ୍ଚିମ ୟୁପିର ବାଗପତ୍ ଆସନରୁ ପ୍ରବୀଣ ବୈନ୍ସଲା ଏବଂ ମେରଠରୁ ଦେବବ୍ରତ ତ୍ୟାଗିଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି ଅକବରପୁରରୁ ରାଜେଶ ଦ୍ୱିବେଦୀ ଏବଂ କାନପୁରରୁ କୁଲଦୀପ ଭଦୌରିଆଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । BSPର ମୋଟ୍ ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମୁସଲମାନ, ୪ ଜଣ ବ୍ରାହ୍ମଣ, ଜଣେ ଜାଟ୍‌, ଜଣେ ଗୁର୍ଜର, ଜଣେ ଓବିସି ଏବଂ ଜଣେ କ୍ଷେତ୍ରୀୟ ନେତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । କହିରଖୁଛୁ BSP ପଶ୍ଚିମ ୟୁପିର ପ୍ରଭାରୀ ଶାମଶୁଦ୍ଦିନ୍ ରାଇନୀ ଦଳର ପ୍ରଥମ ପ୍ରାର୍ଥୀ ଭାବେ ଇରଫାନ୍ ଶୈଫିଙ୍କ ନାମ ଘୋଷଣା କରିଥିଲେ । ମୁରାଦାବାଦ ଆସନରୁ ତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । କହିରଖୁଛୁ ମାୟାବତୀ ଚଳିତ ନିର୍ବାଚନ ଏକାକୀ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ସେ କୌଣସି ମେଣ୍ଟ ସହ ଜଡ଼ିତ ରହିବେ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି ।

Get real time updates directly on you device, subscribe now.