fbpx

ଦେଶର ସବୁ ମା’ ଓ ଝିଅ ଶକ୍ତିର ସ୍ୱରୂପ ଓ ମୁଁ ତାଙ୍କ ପୂଜାରୀ, ‘ଶକ୍ତି’ କୁ ନେଇ ରାହୁଲଙ୍କୁ ଏପରି ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ବିଗୁଲ ବାଜି ସାରିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଜଗତିୟାଲରେ ଏକ ସାର୍ବଜନିକ ର‌୍ୟାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦେଶର ସବୁ ମା’ ଓ ଝିଅ ଶକ୍ତିର ରୂପ ଆଉ ମୁଁ ତାଙ୍କ ପୂଜାରୀ ।

ସେ କହିଛନ୍ତି ମେ’ ୧୩ ତାରିଖରେ ତେଲେଙ୍ଗାନା ଜନତା ନୂଆ ଇତିହାସ ରଚିବେ । ମେ’ ୧୩ ତାରିଖରେ ତେଲେଙ୍ଗାନାରେ ବିକଶିତ ଭାରତ ଲାଗି ମତଦାନ ହେବ ଓ ଯେତେବେଳେ ଭାରତ ବିକଶିତ ହେବ ସେତେବେଳେ ତେଲେଙ୍ଗାନା ବିକଶିତ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତକାଲି ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ର‌୍ୟାଲି ଥିଲା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଇଣ୍ଡିଆ ମେଣ୍ଟର ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ର‌୍ୟାଲି ଥିଲା । ଏହି ର‌୍ୟାଲିରେ ମେଣ୍ଟ ନିଜର ଘୋଷଣାପତ୍ର ଜାରି କରିଥିଲା । ଏଥିରେ ଘୋଷଣା କରାଯାଇଥିଲା କି ଆମ ଲଢେଇ ଶକ୍ତି ବିରୁଦ୍ଧରେ ।

ମେଣ୍ଟର ଏହି ଘୋଷଣାପତ୍ରକୁ ଟାର୍ଗେଟ୍ କରିଛନ୍ତି ମୋଦୀ । ସେ କହିଛନ୍ତି ମୋ ପାଇଁ ସବୁ ମା’ ଶକ୍ତିର ସ୍ୱରୂପ । ସବୁ କନ୍ୟା ଶକ୍ତିର ସ୍ୱରୂପ । ମୁଁ ସେମାନଙ୍କୁ ଶକ୍ତି ରୂପରେ ପୂଜା କରିଥାଏ ଓ ଏହି ଶକ୍ତି ସ୍ୱରୂପା ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ଜୀବନ ବାଜି ଲଗାଇଦେବି । ମୋଦୀ କହିଛନ୍ତି ଦେଶରେ ଗୋଟିଏ ପଟେ ଶକ୍ତିର ବିନାଶ କରିବା କଥା କହୁଥିବା ଲୋକ ଅଛନ୍ତି ଓ ଆଉ ଗୋଟେ ପଟେ ଶକ୍ତିର ପୂଜା କରୁଥିବା ଲୋକ ଅଛନ୍ତି । ଏହି ୨ ଗୋଷ୍ଠୀ ମଧ୍ୟରେ ୪ ଜୁନ୍‌ରେ ମୁକାବିଲା ହୋଇଯିବ କି କିଏ ଶକ୍ତିର ବିନାଶ କରିପାରିବ ଆଉ କିଏ ଶକ୍ତିିର ଆଶୀର୍ବାଦ ପ୍ରାପ୍ତ କରିପାରିବ ।

Get real time updates directly on you device, subscribe now.