fbpx
BJD
BJD SKY
BJD SKY

ସବୁବେଳେ Phone Bluetooth-ON କରି ରଖୁଛନ୍ତି କି? ସାବଧାନ! ଏଥିପାଇଁ ଆପଣ ବିପଦରେ ପଡି ପାରନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ। ଦିନକୁ ଦିନ ଏବେ ନୂଆ ନୂଆ ଜ୍ଞାନ କୌଶଳର ପ୍ରକାଶ ପାଉଛି। ହେଲେ ଏହି ଡିଜିଟାଲ ଦୁନିଆ ଯେତେ ଆଗଉଛି ହ୍ୟାକରମାନଙ୍କ ସଂଖ୍ୟା ବି ମଧ୍ୟ ସେତେ ବଢିବାରେ ଲାଗିଛି। ତେଣୁ ଏହି ହ୍ୟାକରଙ୍କ ଠାରୁ ସୁରକ୍ଷିତ ରହିବାକୁ ହେଲେ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ। ତେବେ ଆସନ୍ତୁ ଆଜି ଜାଣିବା ଏହିପରି ପାଞ୍ଚଟି ସୁରକ୍ଷା ବିପଦ ବିଷୟରେ ଯାହା ଆମ ଫୋନ ବ୍ଲୁଟୁଥ୍ ବ୍ୟବହାର ସହିତ ଜଡିତ।

ବ୍ଲୁ ସ୍ନାର୍ଫିଙ୍ଗ୍:-

ହ୍ୟାକରମାନେ ଅଧିକାଂଶ ସମୟରେ ସେହି ଲୋକଙ୍କୁ ଟାର୍ଗେଟ କରନ୍ତି ଯାହାଙ୍କର ଫୋନର ବ୍ଲୁଟୁଥ୍ ସର୍ବଦା ଅନ୍ ଥାଏ । ବ୍ଲୁଟୁଥ୍ ର ଏହି ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ଯେଉଁ ଫୋନର ବ୍ଲୁଟୁଥ୍ ଅନ୍ ଥାଏ ସେହି ଫୋନର କଣ୍ଟାକ୍ଟ୍, ମଲ୍ଟିମିଡିଆ ଫାଇଲ୍ ଓ ଅନ୍ୟାନ୍ୟ ଗୋପନୀୟ ଫାଇଲକୁ ହ୍ୟାକରମାନେ ଆକ୍ସେସ କରିନିଅନ୍ତି । ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଆପଣଙ୍କୁ ବିପଦରେ ପକାଇବାର ଆଶଙ୍କା ସବୁବେଳେ ରହିଥାଏ ।

ବ୍ଲୁ ଜ୍ୟାକିଂ:-

ବ୍ଲୁଜ୍ୟାକିଂ ହେଉଛି ଏକ ପ୍ରକାର ସାଇବର ଆକ୍ରମଣ, ହ୍ୟାକରମାନେ ଲୋକଙ୍କୁ ଟାର୍ଗେଟ କରିବାକୁ ଦୁଇଟି ପଦ୍ଧତି ବ୍ୟବହାର କରନ୍ତି । ପ୍ରଥମ ଉପାୟ ହେଉଛି ଯେ ସେମାନେ ଆପଣଙ୍କ ଡିଭାଇସକୁ ବାର୍ତ୍ତା ପଠାନ୍ତି କିମ୍ବା ଯଦି କୌଣସି ଡିଭାଇସର ବ୍ଲୁଟୁଥ୍ ଅନ୍ ଅଛି ତେବେ ସେମାନେ ସେହି ଡିଭାଇସକୁ ଫାଇଲ ପଠାନ୍ତି । ଏହାର ଅର୍ଥ ହେଉଛି ବ୍ଲୁଟୁଥ୍ ମାଧ୍ୟମରେ ହ୍ୟାକର୍ସମାନେ ଆପଣଙ୍କର ଫୋନ୍ ପ୍ରବେଶ କରିପାରିବେ ଏବଂ ଆପଣଙ୍କର ଗୋପନୀୟତା ଉଲ୍ଲଂଘନ କରିପାରିବେ ଏବଂ ଆପଣଙ୍କ ଫୋନରେ ଥିବା ବ୍ୟକ୍ତିଗତ ସୂଚନାକୁ ଚୋରି କରିପାରିବେ ।

ଦୁର୍ବଳ ଏନକ୍ରିପସନ୍:-

କେତେକ ବ୍ଲୁଟୁଥ୍ ଡିଭାଇସ୍ ଦୁର୍ବଳ ଏନକ୍ରିପସନ୍ କିମ୍ବା ଡିଫଲ୍ଟ PIN ବ୍ୟବହାର କରନ୍ତି, ଯେଉଁ କାରଣରୁ ହ୍ୟାକରମାନେ ଏହିପରି ଉପକରଣଗୁଡ଼ିକୁ ସହଜରେ ହ୍ୟାକ୍ କରିପାରିବେ । ହ୍ୟାକରମାନେ ଏହି ତ୍ରୁଟିଗୁଡିକର ଲାଭ ଉଠାନ୍ତି ଏବଂ ଆପଣଙ୍କ ଫୋନର ସୁରକ୍ଷାକୁ ଭେଦକରି ଆପଣଙ୍କ ଫୋନ ମଧ୍ୟକୁ ପ୍ରବେଶ କରି ତଥ୍ୟ ଚୋରି କରନ୍ତି ।

ଅନ୍ୟ ଦୁର୍ବଳତା:-

ଯେକୌଣସି ଟେକ୍ନୋଲୋଜି ପରି, ବ୍ଲୁଟୁଥ୍ ପ୍ରୋଟୋକଲରେ ମଧ୍ୟ କିଛି ଦୁର୍ବଳତା ରହିପାରେ। ଯାହାର ଫାଇଦା ହ୍ୟାକରମାନେ ନେଇଥାନ୍ତି। ଫୋନରେ ଥିବା ଏହି ତ୍ରୁଟିଗୁଡିକୁ ହଟାଇବା ପାଇଁ ହ୍ୟାଣ୍ଡସେଟ୍ ଉତ୍ପାଦନକାରୀ କମ୍ପାନୀଗୁଡିକ ସମୟ ସମୟରେ ସୁରକ୍ଷା ପ୍ୟାଚ୍ ଅପଡେଟ୍ ପ୍ରଦାନ କରିଥା’ନ୍ତି । କିନ୍ତୁ କିଛି ଲୋକ ଏହି ଅପଡେଟକୁ ଅଣଦେଖା କରନ୍ତି, ଯଦି ଆପଣ ମଧ୍ୟ ତାହା କରୁଛନ୍ତି ତେବେ ବ୍ଲୁଟୁଥ୍ ଜନିତ ତ୍ରୁଟି ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ।

ବ୍ଲୁବଗିଂ:-

ଆମେ ପୂର୍ବରୁ ମଧ୍ୟ କହିଛୁ, ଯେଉଁ ଫୋନର ବ୍ଲୁଟୁଥ୍ ସର୍ବଦା ଅନ୍ ରହିଥାଏ, ତାହା ସହଜରେ ହ୍ୟାକ ହୋଇଥାଏ। ତେବେ ହ୍ୟାକର୍ସମାନେ ଫୋନ୍ ନିୟନ୍ତ୍ରଣ କରିବା ପରେ, ଆପଣଙ୍କ ଫୋନକୁ କଲ କରନ୍ତି, ଟେକ୍ସଟ୍ ମେସେଜ୍ ପଠାନ୍ତି ଏବଂ ଆପଣଙ୍କ ବିନା ଅନୁମତିରେ ହ୍ୟାକରମାନେ ଡାଟା ଆକସେସ୍ କରନ୍ତି। ଏମିତିକି ସେମାନେ ଆପଣଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଆକ୍ସେସ କରିପାରିବେ।

 

Get real time updates directly on you device, subscribe now.