fbpx

ତତଲା କଡ଼େଇରେ ଛଟପଟ ହେଉଛନ୍ତି ରାଜଧାନୀବାସୀ, ଆଜି ବି ତାପମାତ୍ରା ଟପିଲା ୪୦ ଡିଗ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ କଲବଲ କରୁଛି ପ୍ରଚଣ୍ଡ ରୌଦ୍ର ତାପ । ସତେ ଯେମିତି ଜନସାଧାରଣ ତତଲା କଡ଼େଇରେ ଛଟପଟ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସକାଳ ୯ଟା ପରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦ୍ୱିପ୍ରହର ସମୟରେ ରାଜଧାନୀର ରାଜରାସ୍ତା ଜନଶୂନ୍ୟ ହୋଇପଡ଼ୁଛି ।

ତେବେ ଆଜି ବି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍ ରହିଛି । ସେହିପରି ଭୁବନେଶ୍ୱର ବ୍ୟତୀତ କଟକ ଓ ଅନ୍ୟ କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିବା ଜଣାପଡ଼ିଛି ।

ଆସନ୍ତା ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିପାରେ । ଏହାର ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୫ରୁ ୨୬ ମଧ୍ୟରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ରେ ବଲାଙ୍ଗିର, ବୌଦ୍ଧ, ମୟୁରଭଞ୍ଜ, କଳାହାଣ୍ଡି, ସୋନପୁରରେ ଓ ୨୮ରେ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.