fbpx

ବୁଲେଟ୍ ଟ୍ରେନ ପ୍ରୋଜେକ୍ଟରେ ନୂତନ ବାଧା, ଇନକମ ଟ୍ୟାକ୍ସ ଉପରେ ପ୍ରଶ୍ନ ଉଠାଇଲା ଜାପାନ, ଦେଲା ଚେତାବନୀ

Advertisement

ମୁମ୍ବାଇ: ମୁମ୍ଵାଇରୁ ଅହମ୍ମଦାବାଦ ଦୂରତା କମ କରିବା ପାଇଁ ଜାରି ବୁଲେଟ୍ ଟ୍ରେନ ପ୍ରକଳ୍ପରେ ନୂତନ ବାଧା ଉପୁଜିଛି। ଜମି ଅଧିଗ୍ରହଣ ଏବଂ ପରିବେଶ ସଂପର୍କିତ ସମସ୍ୟା ଦୂର କରିବା ପରେ ଏବେ ଇନକମ ଟ୍ୟାକ୍ସ ମାମଲା ସାମ୍ନାକୁ ଆସିଛି। ଜାପାନ ଏହି ପ୍ରକଳ୍ପରେ ନିୟୋଜିତ ଇଞ୍ଜିନିୟରଙ୍କ ଆୟ ଉପରେ ଲାଗୁଥିବା ଆୟ କରକୁ ନେଇ ପ୍ରଶ୍ନ ଉଠାଇଛି। ଜାପାନର କହିବା କଥା କନସଲଣ୍ଟାଟ ଉପରେ ଏହି ଟ୍ୟାକ୍ସ ଲାଗିବା ଉଚିତ୍ ନୁହେଁ, ଯେଉଁମାନେ ବୁଲେଟ୍ ପ୍ରୋଜେକ୍ଟର ଡିଜାଇନ ସମ୍ବନ୍ଧିତ କାମରେ ନିୟୋଜିତ ଅଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜାପାନ କହିଛି ଯେ, ଭାରତ ସରକାରଙ୍କୁ କନସଲଣ୍ଟାଟ ହିସାବରେ ମିଳୁଥିବା ପାରିଶ୍ରମିକ ଏବଂ ଅନ୍ୟ ଖର୍ଚ୍ଚ ଉପରେ ଟ୍ୟାକ୍ସ ଲଗାଇବା ଉଚିତ୍ ନୁହେଁ। ଏପରିକି ଏହି ପ୍ରସଙ୍ଗର ସମାଧାନ ନହେଲେ ପ୍ରକଳ୍ପରେ ବିଳମ୍ବ ଘଟିବା ନେଇ ମଧ୍ୟ ଚେତାବନୀ ଦେଇଛି ଜାପାନ।

ଜାପାନର ତର୍କ ଏହା ଯେ, ତାର କନସଲଣ୍ଟାଟଙ୍କ ଆୟ ଉପରେ ଆୟ କର ଲାଗିବା ଉଚିତ୍ ନୁହେଁ। ପୁଣି ସେହି ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ଯାହାକୁ ଜାପାନ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ୨୦୨୨ରେ ପାରିତ ଅର୍ଥ ବିଧେୟକରେ ଆୟ କର ରିହାତିକୁ ପ୍ରତ୍ୟାହାର କରି ନିଆଯାଇଛି। ନୂତନ ନିୟମ ଅନୁଯାୟୀ, କନସଲଣ୍ଟାଟଙ୍କୁ ମଧ୍ୟ ଚଳିତ ଆର୍ଥିକ ବର୍ଷଠୁ ଆୟକର ଦେବାକୁ ପଡିବ। ଜାପାନର ଦୁଇଟି କମ୍ପାନୀ ଜାପାନ ଇଣ୍ଟରନ୍ୟାସନାଲ କନସଲଣ୍ଟାଟ ଏବଂ ଜେଇକୁ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟର ଡିଜାଇନ କାମ ଦିଆଯାଇଛି। ଏହି କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀଙ୍କୁ ଟ୍ୟାକ୍ସରେ ରିହାତି ଦେବାକୁ ଜାପାନ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ଜାପାନ ସକରାର ଭାରତର ଆୟକର ଆକ୍ଟ କ୍ଲଜ ୮, ୮ଏ, ୮ବି ଏବଂ ସେକ୍ସନ ୧୦ର ୯ମ କ୍ଲଜ ଉପରେ ଅ ଆପତ୍ତି ଉଠାଇଛି। ଏଥିରେ ଭାରତରେ କାମ କରୁଥିବା ବିଦେଶୀ ନାଗରିକଙ୍କ ଆୟ ଉପରେ ଇନକମ ଟ୍ୟାକ୍ସର ନିୟମାବଳୀ ବିଷୟରେ ଉଲ୍ଲେଖ ରହିଛି। ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଜାପାନଠୁ ଭାରତ ସରକାର ଋଣ ମଧ୍ୟ କରିଛନ୍ତି। ଜାପାନର ତର୍କ ଏହା ଯେ, ତାରି ଋଣରୁ ନିର୍ମାଣ ହେଉଥିବା ପ୍ରକଳ୍ପରେ କାର‌୍ୟ୍ୟରତ ଜାପାନ କର୍ମଚାରୀଙ୍କ ଆୟ ଉପରେ ଆୟକର ଲାଗିବା ଉଚିତ୍ ନୁହେଁ।

 

Get real time updates directly on you device, subscribe now.