fbpx

୩ ଦିନ ମଧ୍ୟରେ ବଢ଼ିବ ତାତି: କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତାତି ଏବେ କମିଥିବା ବେଳେ ପୁଣିଥରେ ବଦଳିବାକୁ ଯାଉଛି ପାଣିପାଗ । ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ବଢ଼ିବାକୁ ଯାଉଛି । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଏନେଇ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକଙ୍କ ନଜର ଏବେ ମୌସୁମୀ ଉପରେ ରହିଛି। ମୌସୁମୀ ସାଧାରଣତଃ ଜୁନ ମାସରେ ଆସିଥାଏ। କିନ୍ତୁ ଏଥର ମୌସୁମୀ ସମୟ ପୂର୍ବରୁ ଆସିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ’୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ। ଏହା ପରେ ଓଡ଼ିଶାକୁ ମଧ୍ୟ ସଠିକ ସମୟରେ ଆସିବା ନେଇ ଆଶା କରାଯାଉଛି। ଜୁନ ପହିଲାରୁ ପାଗ ବଦଳିବ । ତାପମାତ୍ରା କମିବା ସହ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

Get real time updates directly on you device, subscribe now.