fbpx
BJD SKY
BJD SKY

ଦଶଟି ବ୍ୟାଙ୍କର ସ୍ଥାୟୀ ଜମାରେ ମିଳୁଛି ଅଧିକ ରିଟର୍ଣ୍ଣ: ଗ୍ରାହକମାନେ ଆଜି ହିଁ ନିବେଶ କରନ୍ତୁ

BJD

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାରର ନିବେଶ ସୁଯୋଗ ରହିଛି । ସେଥିମଧ୍ୟରେ ବ୍ୟାଙ୍କ, ପୋଷ୍ଟ ଅଫିସ, ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡସ, ବଣ୍ଡ, ଜୀବନ ବୀମା ଆଦି ରହିଛି । ସେଥି ମଧ୍ୟରୁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି)ରେ ନିବେଶ କଲେ ଗ୍ରାହକଙ୍କ ପାଇଁ ତାହା ସୁରକ୍ଷିତ ହୋଇଥାଏ । ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ବଢ଼ିଆ ବଢ଼ିଆ ନିବେଶ ସବୁ ଲଞ୍ଚ କରିଥାନ୍ତି ।

ତେଣୁ ଏଭଳି ସ୍ଥିତିରେ ୧୧ଟି ବ୍ୟାଙ୍କର ଏଫଡିରେ ନିବେଶ କରି ଗ୍ରାହକମାନେ ବଢ଼ିଆ ରିଟର୍ଣ୍ଣ ପାଇ ପାରିବେ । ଗ୍ରାହକଙ୍କୁ ୮ ପ୍ରତିଶତରୁ ଅଧିକ ସୁଧ ମିଳିବ । ଡିସିବି ବ୍ୟାଙ୍କ ୧-୨ ବର୍ଷ ଓ ୨-୩ ବର୍ଷ ପାଇଁ ୧ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୮ ପ୍ରତିଶତ ସୁଧ ପ୍ରଦାନ କରୁଛି । ଆଇଡିଏଫସି ବ୍ୟାଙ୍କ ମଧ୍ୟ ସମାନ ଅବଧିରେ ୧ କୋଟିର ଏଫଡି ପାଇଁ ୪.୫ରୁ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଇଣ୍ଡସଇଣ୍ଡ ବ୍ୟାଙ୍କ ଏହି ଅବଧିରେ ୧ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୭.୫ ପ୍ରତିଶତ ସୁଧ ଦେଉଛି । ୟେସ ବ୍ୟାଙ୍କ ୧ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୧-୨ ବର୍ଷ ଅବଧି ପାଇଁ ୭.୭୫ ପ୍ରତିଶତ ସୁଧ ଦେଉଛି ।

ବ୍ୟାଙ୍କ ଅଫ୍ ବରୋଦା (ବିଓବି) ୧ କୋଟିର ଏଫଡି ଉପରେ ଗ୍ରାହକଙ୍କୁ ୭.୨୫ ପ୍ରତିଶତ ସୁଧ ଦେଉଛି । ଏଚଡିଏଫସି ବ୍ୟାଙ୍କ ୧ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୭.୧୫ ପ୍ରତିଶତ ସୁଧ ଦେଉଛି । ଆକ୍ସିସ ବ୍ୟାଙ୍କ ୧ କୋଟି ପର୍ଯ୍ୟନ୍ତ ଏଫଡି ଉପରେ ୭.୧୦ ପ୍ରତିଶତ ସୁଧ ଦେଉଛି । ସେହିପରି ପିଏନବି ପକ୍ଷରୁ ୩୦୦ ଦିନିଆ ଏଫଡିରେ ୮୦ ବିପିଏସ ବୃଦ୍ଧି କରାଯାଇଛି । ଫଳରେ ଗ୍ରାହକଙ୍କ ସୁଧ ହାର ୬.୨୫ରୁ ବୃଦ୍ଧି ପାଇ ୭.୦୫ ପ୍ରତିଶତରେ ପହଞ୍ଚି ଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଏହି ହାର ୭.୫୫ ପ୍ରତିଶତ ଓ ସୁପର ବରିଷ୍ଠ ନାଗରିକଙ୍କ ପାଇଁ ୭.୮୫ ପ୍ରତିଶତରେ ପହଞ୍ଚି ଯାଇଛି ।

ଫେଡେରାଲ ବ୍ୟାଙ୍କ ପକ୍ଷରୁ ୫୦୦ ଦିନିଆ ଏଫଡିର ସୁଧ ହାର ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ଓ ବରିଷ୍ଠ ନାଗରିକଙ୍କ ପାଇଁ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଇଡିବିଆଇ ପକ୍ଷରୁ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି କରାଯାଇଛି । ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ୩.୫୦ରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।

Get real time updates directly on you device, subscribe now.